www.samajalive.in
Monday, December 15, 2025
26.1 C
Bhubaneswar

ଆୟରୁ ଅଧିକ ସଂପତ୍ତି ଠୁଳ ମାମଲା: କୋଟିପତି କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ, ୮ ତାରିଖ ଯାଏ ନ୍ୟାୟିକ ରିମାଣ୍ଡରେ ରହିବେ

ବଲାଙ୍ଗିର: ଆୟ ବହିର୍ଭୁଗତ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରଳୟଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲା ଆଗଲପୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ(ବ୍ଲକ)ର ମୁଖ୍ୟ କିରାଣି ପ୍ରଫୁଲ୍ଲ ସାଙ୍କ ଗାନ୍ଧୀନଗର ପଡ଼ା, ହାଟପଦା ସ୍ଥିତ ଘର ସହ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଦଳ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ବୁଧବାର ତାଙ୍କୁ ଗିରଫ କରି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରଳୟରେ ହାଜର କରିଥିଲା।। ନ୍ୟାୟିକ ଯାଞ୍ଚ ପାଇଁ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।

 

- Advertisement -

ମୁଖ୍ୟ କିରାଣି ଶ୍ରୀ ସାଙ୍କ ୨ଟି ୨ମହଲା ଘର, ୪ଟି ଜମି, ୨ଟି ୨ଚକିଆ, ବୀମା ୩ଲକ୍ଷ ୧୯ହଜାର ଟଙ୍କା, ବ୍ୟାଙ୍କ ଜମା, ସୁନା ଗହଣା, ସ୍ଥାବର ଓ ଅସ୍ଥାବର ସଂପତ୍ତି ଆକଳନ କରି ୧କୋଟି ୩୨ ଲକ୍ଷ ଟଙ୍କା ହିସାବ କରାଯାଇଥିଲା। ଶ୍ରୀ ସା’ଙ୍କ ଦରମା ଓ ଖର୍ଚ୍ଚ ହିସାବ ସହ ପ୍ରାୟ ୯୮ ପ୍ରତିଶତ ତାଙ୍କ ରୋଜଗାରଠାରୁ ଅଧିକ ବୋଲି ତଦନ୍ତକାରୀ ଦଳ ଜାଣିବାକୁ ପାଇଥିଲା। ଆଉ ଏହି ଆୟର ସୂତ୍ର ବିଷୟରେ ସନ୍ତୋଷଜନକ ଉତ୍ତର ବି ସେ ତଦନ୍ତକାରୀ ଦଳଙ୍କୁ ଦେଇ ପାରି ନଥିଲେ। ଏନେଇ ସମ୍ବଲପୁର ଭିଜିଲାନ୍ସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଥିଲା। ବୁଧବାର ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ ସ୍ୱତନ୍ତ୍ର ଭିଜିଲାନ୍ସଙ୍କ ବିଚାରଳୟରେ ହାଜର କରାଯାଇଥିଲା। ବିଚାରପତି ୮ ଫେବୃଆରି ଯାଏ ନ୍ୟାୟିକ ରିମାଣ୍ଡରେ ନେବା ପାଇଁ ରାୟ ଶୁଣାଇଥିଲେ। ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ଗଣମାଧ୍ୟମ ବିବୃତିରେ କୁହାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories