www.samajalive.in
Sunday, December 14, 2025
26.1 C
Bhubaneswar

୩୮ ଚୋରି ମୋବାଇଲ ଜବତ, ୬ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୮ଟି ଚୋରି ଦାମି ମୋବାଇଲ ଫୋନ୍ ଓ ୨ଟି ବାଇକ୍ ଜବତ କରିବା ସହିତ ୬ଜଣ ମୋବାଇଲ ଚୋରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଏନେଇ ଥାନାରେ ଦୁଇଟି ପୃଥକ୍ ମାମଲା ରୁଜୁ କରା ଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲା ଛତିଆ ଥାନା ଏକଡାଳିଆ ଗ୍ରାମର କେଦାର ପ୍ରଧାନ(୨୯) ଓ ଭଞ୍ଜନ ଭୋଳ(୩୫), କଟକ ଗୋପାଳପୁରର ବିଜେନ୍ଦ୍ର ଜୈସ୍ୱାଲ(୨୨), ହରିପୁର ସାଆନ୍ତସାହିର ଦିଲ୍ଲିପ ମାଝୀ(୨୦), ବାଦାମବାଡ଼ି ବିସିନାବରର ଶରତ ସେଠୀ(୨୮) ଓ ଚୌଦ୍ୱାର ୧୨ନମ୍ବର ୱାର୍ଡ଼ ଓଟିଏମ୍ କଲୋନୀର ହେମନ୍ତ ଦୋରା(୨୩) । ଆଇଆଇସି ବିରଞ୍ଚି ନାରାୟଣ ପତି ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଚୌଦ୍ୱାର ଅଞ୍ଚଳରେ ଚୋରି ମୋବାଇଲ ବିକ୍ରି ପାଇଁ କିଛି ଯୁବକ ଆସିଥିବା ବିଶେଷ ସୁତ୍ରରୁ ଖବର ପାଇ ଏଏସ୍ ଆଇ ନିରଞ୍ଜନ ଗୌଡ଼ ଏବଂ ସି.ଏସ୍ ନନ୍ଦ ସଦଳବଳେ ପୃଥକ୍ ଭାବେ ଦୁଇଟି ସ୍ଥାନରେ ଚଢ଼ଉ କରିଥିଲେ । ଗାନ୍ଧୀ ଛକଠାରେ କେଦାର ଓ ଭଞ୍ଜନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୨ଟି ନାମି ଦାମି କମ୍ପାନୀର ମୋବାଇଲ ଓ ଗୋଟିଏ ମଟର ସାଇକେଲ ଜବତ କରିଥିଲେ । ସେହିପରି ଓଟିଏମ୍ କଲୋନୀ ବ୍ୟାଘ୍ରବାହିନୀ ପଡ଼ିଆରେ ଚଢ଼ଉ କରାଯାଇ ୨୬ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରାଯିବା ସହିତ ବାକି ୪ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories