ଗୁରୁଡିଝାଟିଆ : ଗୋପବନ୍ଧୁ ଆୟୁୂର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଚିକିତ୍ସକ, ନର୍ସିଂ ବିଦ୍ୟାର୍ଥୀ ଓ କର୍ମଚାରୀଙ୍କୁ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତାକୁ ସମ୍ମାନ ଜଣାଇ ସମସ୍ତେ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ସଂପାଦନ ପୂର୍ବକ ଦେଶକୁ ପ୍ରଗତିପଥରେ ଆଗେଇନେବାକୂୁ ଆହ୍ୱାନ ଜଣାଇଥିଲେ । ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ପ୍ରତ୍ୟେକ ନାଗରିକ ଜାତୀୟ ଭାବଧାରାରେ ନିଜକୁ ଉଦବୃଦ୍ଧ କରିବା ପାଇଁ ଶ୍ରୀ ମିଶ୍ର କହିଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଆର.ଏନ ମିଶ୍ର, ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ଶିକ୍ଷୟିତ୍ରୀ ବି.କେ ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



