www.samajalive.in
Monday, December 15, 2025
17.1 C
Bhubaneswar

ଅନିଲ ଅମ୍ବାନିଙ୍କ ଏଜେଣ୍ଟ ଭଳି କାମ କରୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ୍‍

ନୂଆଦିଲ୍ଲୀ: ରାଫେଲ୍‍ ଫାଇଟର ଜେଟ୍‍ କ୍ରୟ ଚୁକ୍ତି ପ୍ରସଙ୍ଗରେ ରାହୁଲ୍‍ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦେଶର ଛାତ୍ର ଓ ଯୁବସମାଜକୁ ସମ୍ବୋଧିତ କରି ରାହୁଲ୍‍ ଏକ ଟ୍ୱିଟ୍‍ ଜରିଆରେ କହିଛନ୍ତି ଯେ ରାଫେଲ୍‍ ଚୁକ୍ତି ପ୍ରସଙ୍ଗରେ ପ୍ରତିଦିନ କିଛି ନା କିଛି ନୂଆ ରହସ୍ୟ ପ୍ରଘଟ ହେଉଛି। ଏହି ଚୁକ୍ତି ଜରିଆରେ ଆପଣମାନଙ୍କ ୩୦ ହଜାର କୋଟି ଟଙ୍କା ଲୁଟି ନେବାରେ ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁ ଅନିଲ ଅମ୍ବାନୀଙ୍କୁ ସହାୟତା କରିଛନ୍ତି। ଏଥିସହିତ ସିଏଜି ରିପୋର୍ଟକୁ ମୂଲ୍ୟହୀନ ବୋଲି ରାହୁଲ୍‍ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସିଏଜି ରିପୋର୍ଟକୁ ‘ଚୌକିଦାର ଅଡିଟର ଜେନେରାଲ୍‍ ରିପୋର୍ଟ’ ଭାବରେ ଅଭିହିତ କରି ରାହୁଲ୍‍ କହିଛନ୍ତି ଯେ ସିଏଜି ରିପୋର୍ଟ ହେଉଛି ନରେନ୍ଦ୍ର ମୋଦୀଙ୍କ ରିପୋର୍ଟ। ଚୌକିଦାରଙ୍କ ପାଇଁ, ଚୌକିଦାରଙ୍କ ତରଫରୁ ଓ ଚୌକିଦାରଙ୍କ ଦ୍ୱାରା ଏହି ରିପୋର୍ଟ ଲେଖାଯାଇଛି। ନୂଆ ରାଫେଲ୍‍ ଡିଲ୍‍ ବିଷୟରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଓ ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ଜାଣି ନଥିବା କହିଛନ୍ତି। ରାଫେଲ୍‍ ଡିଲ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିବାରୁ ନ୍ୟାୟାଳୟର ରାୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଫେଲ୍‍ ଡିଲ୍‍ରେ ଦେଶର ସୁରକ୍ଷା ସମ୍ପର୍କୀୟ ଗୋପନୀୟତାକୁ ପ୍ରଧାନମନ୍ତ୍ରୀ ଅନ୍ୟ ଦେଶକୁ ଜଣାଇ ଦେଇଛନ୍ତି। ସେହି ଦେଶ ପାଇଁ ପ୍ରଧାନମନ୍ତ୍ରୀ ଜଣେ ଏଜେଣ୍ଟ ଭାବେ କାମ କରୁଛନ୍ତି।
ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଦାବିରେ ନୂଆଦିଲ୍ଲୀର ଆନ୍ଧ୍ରଭବନରେ ଆମରଣ ଅନଶନରେ ବସିଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଗତ ସୋମବାର ରାହୁଲ୍‍ ଗାନ୍ଧି ସାକ୍ଷାତ କରିଥିଲେ। ଏହି ଅବସରରେ ସେଠାକାର ଜନସମାବେଶରେ ରାହୁଲ୍‍ କହିଥିଲେ ଯେ ଚୁକ୍ତିରୁ ଦୁର୍ନୀତି ବିରୋଧୀ ସର୍ତ୍ତକୁ ହଟାଇ ଦିଆଯାଇଥିବା ‘ଦି ହିନ୍ଦୁ’ରେ ପ୍ରକାଶ ପାଇଛି। ଏଥିରୁ ହିଁ ଜଣାପଡ଼ୁଛି ଚୌକିଦାର ହିଁ ଚୋର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories