www.samajalive.in
Saturday, December 13, 2025
27.1 C
Bhubaneswar

ମୋଦୀଙ୍କ ଭଳି ମିଛ କୁହନ୍ତି ମମତା: ରାହୁଲ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୁଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୋଦୀ ଯାହା ମମତା ସେୟା ବୋଲି ରାହୁଲ କହିଛନ୍ତି। ଶନିବାର ପଶ୍ଚିମବଙ୍ଗର ମାଲଦାଠାରେ ରାହୁଲ ଏକ ସଭାରେ ଉଦବୋଧନ ଦେଇ କହିଥିଲେ, ମୋଦୀ କେନ୍ଦ୍ରରେ ସରକାର ଚଳାଉଛନ୍ତି ଆଉ ଏଠାରେ ମମତା। ଉଭୟେ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରିବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି।

ରାହୁଲ ଆହୁରି କହିଛନ୍ତି ଯେ, ମୋଦୀ ତାଙ୍କ ଭାଷଣରେ ମିଛ କହୁଛନ୍ତି। ସେ ଯେଉଁଆଡେ ଯାଆନ୍ତି ଗୋଟିଏ ପରେ ଗୋଟିଏ ମିଛ କୁହନ୍ତି। ସେହିପରି ମମତା ମଧ୍ୟ ମୋଦୀଙ୍କ କୌଶଳ ଆପଣାଇଛନ୍ତି। ପଶ୍ଚିମବଙ୍ଗ ଏବେ ଜଣେ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଛି। ସେ କାହା ସହିତ କୌଣସି ଆଲୋଚନା କରନ୍ତି ନାହିଁ। ସେ ଯାହା କରିବାକୁ ଚାହାନ୍ତି ତାହା କରନ୍ତି। ଏଠାରେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରାଯାଉଛି। ତେଣୁ ଆଦୌ ବିଚଳିତ ନ ହେବାକୁ ରାହୁଲ ନିଜ କର୍ମୀମାନଙ୍କୁ କହିଥିଲେ। ‘ଆଗକୁ ଆମେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛୁ। ଏହା ପରେ ଆପଣମାନେ ଦେଖିବେ ଆମେ କ’ଣ କରିବୁ’ ବୋଲି ରାହୁଲ କହିଥିଲେ।

- Advertisement -

ତେବେ ମାଲଦା ହେଉଛି କଂଗ୍ରେସର ଗଡ଼। କିନ୍ତୁ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତର ମାଲଦାର କଂଗ୍ରେସ ଏମପି ମୌସମ ବେନଜିର ନୁର ଦଳ ଛାଡ଼ି ମମତାଙ୍କ ଟିଏମସିରେ ଯୋଗଦେଇଛନ୍ତି। ରାହୁଲ ନୁରଙ୍କୁ ସମାଲୋଚନା କରି କହିଛନ୍ତି, ଏଠାରେ ଭୋଟର ସବୁବେଳେ କଂଗ୍ରେସକୁ ଭୋଟ ଦେଇଆସିଛନ୍ତି। କିନ୍ତୁ ନୁର ଦଳ ବଦଳ କରି ଭୋଟରଙ୍କ ସହ ବିଶ୍ବାସଘାତ କରିଛନ୍ତି। ଚଳିତ ନିର୍ବାଚନରେ ଭୋଟର ଏହାର ଉଚିତ ଜବାବ ଦେବେ।

ସୂଚନାଯୋଗ୍ୟ, ରାହୁଲ ଏବଂ ମମତା ବେରୋଜଗାର, କୃଷକ ଆତ୍ମହତ୍ୟା, ବିମୁଦ୍ରାକରଣ ଏବଂ ରାଫେଲ ଦୁର୍ନୀତି ପ୍ରସଙ୍ଗରେ ମୋଦୀଙ୍କୁ ଟାର୍ଗେଟ କରିଆସୁଛନ୍ତି। ଉଭୟେ କେନ୍ଦ୍ରର ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ମହାମେଣ୍ଟ ଗଠନ କରିବାକୁ ଉଦ୍ୟମ କରିଆସୁଥିଲେ ମଧ୍ୟ ରାଜ୍ୟ ସ୍ତରରେ ପରସ୍ପରଙ୍କୁ ସମାଲୋଚନା ଜାରି ରଖିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories