www.samajalive.in
Thursday, December 11, 2025
18.1 C
Bhubaneswar

ବିଜୟ ସଙ୍କଳ୍ପ ସଭାରୁ ବିଜେପି ଆରମ୍ଭ କରିବ ନିର୍ବାଚନ ପ୍ରଚାର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାରା ଦେଶରେ ମାର୍ଚ୍ଚ ୨୪ ଓ ୨୬ ରେ ବିଜୟ ସଙ୍କଳ୍ପ ସଭା ଆୟୋଜନ କରିବ ଓ ସେଥିରୁ ଆରମ୍ଭ ହେବ ନିର୍ବାଚନୀ ଯାତ୍ରା। ମାର୍ଚ୍ଚ ୨୪ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁରରୁ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଗୌତମବୁଦ୍ଧନଗରରୁ, ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟନାରୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା ସଂଭଲରୁ, ରେଳମନ୍ତ୍ରୀ ପିୟୁଷ ଗୋଏଲ ବରେଲିରୁ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଵଡେକର ଭୀଲୱାଡାରୁ, ଥାବର ଚନ୍ଦ ଗେହେଲଟ ଉଜ୍ଜୟିନୀରୁ, ଧର୍ମେନ୍ଦ୍ର ପ୍ରଧାନ କଟକରୁ, ନରେନ୍ଦ୍ର ସିଂହ ତୋମାର ଗୋୱାଲିୟରରୁ, ସ୍ମୃତି ଇରାନୀ କାନପୁରରୁ, ନିର୍ମଳା ସୀତାରମଣ ହାଇଦରାବାଦରୁ, ମୁକ୍ତାର ଆବାସ ନକବି ରାମପୁରରୁ, ଶିବରାଜ ସିଂହ ଚୌହାନ ଭୋପାଳରୁ, ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥ ଆଗରାରୁ ଓ ରାଜନାଥ ସିଂହ ଲକ୍ଷ୍ନୌରୁ ବିଜୟ ସଙ୍କଳ୍ପ ସଭା ଜରିଆରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ।

ସେହିପରି ମାର୍ଚ୍ଚ ୨୬ରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଗାଜିଆବାଦରୁ, ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପଶ୍ଚିମବଙ୍ଗରୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡା ସାହାଜାହାନପୁରରୁ, ରେଳମନ୍ତ୍ରୀ ପିୟୁଷ ଗୋଏଲ ତାମିଲନାଡୁରୁ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଵଡେକର ପୁନେରୁ, ଥାବର ଚନ୍ଦ ଗେହେଲଟ ଗଡ଼ୱାଲରୁ, ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱରରୁ, ନରେନ୍ଦ୍ର ସିଂହ ତୋମାର ମୁରେଇନାରୁ, ସ୍ମୃତି ଇରାନୀ ଭଦେହି ଜୋନପୁରରୁ, ନିର୍ମଳା ସୀତାରମଣ ଉଡୁପିରୁ, ମୁକ୍ତାର ଆବାସ ନକବି ଅମରୋହାରୁ, ଶିବରାଜ ସିଂହ ଚୌହାନ ପୁରୀରୁ, ଯୋଗୀ ଆଦିତ୍ୟନାଥ ବାରଣାସୀରୁ, ପାର୍ଟି ଅଧ୍ୟକ୍ଷ ଅମିତ ଶାହା ମୁରାଦାବାଦରୁ ଓ ରାଜନାଥ ସିଂହ ଦିଲ୍ଲୀରୁ ବିଜୟ ସଙ୍କଳ୍ପ ସଭା ଜରିଆରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories