www.samajalive.in
Saturday, December 13, 2025
21.1 C
Bhubaneswar

୪୯ ବର୍ଷରେ ପଦାର୍ପଣ କଲେ ରାହୁଲ; ମୋଦୀ ଟ୍ବିଟ୍‌ କରି ଏହି ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି, ‘ଶ୍ରୀ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭକାମନା। ଈଶ୍ଵର ତାଙ୍କୁ ଭଲ ସ୍ବାସ୍ଥ୍ୟ ଦିଅନ୍ତୁ ଏବଂ ଦୀର୍ଘାୟୁ କରାନ୍ତୁ।’

ମୋଦୀଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ରାହୁଲଙ୍କ ଜନ୍ମଦିନରେ ବୁଧବାର ସକାଳୁ ଟ୍ବିଟରରେ ‘ହାପି ବର୍ଥ ଡେ ରାହୁଲ ଗାନ୍ଧୀ’ ଟ୍ରେଣ୍ଡ କରୁଛି। କଂଗ୍ରେସ ମଧ୍ୟ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ରାହୁଲଙ୍କ ଭାଷଣ ଏବଂ ସାକ୍ଷାତକାରର କିଛି ଅଂଶ ରହିଛି।

- Advertisement -

ସୂଚନାଯୋଗ୍ୟ, ୧୯୭୦ ଜୁନ ୧୯ରେ ରାହୁଲ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ସେ ଜାତୀୟ ରାଜନୀତିକୁ ଆସିଥିଲେ। ୨୦୦୪ରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହିତ ସେ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ। ସେ ନିଜର ପିତାଙ୍କ ରାଜନୀତି କ୍ଷେତ୍ର ଆମେଠିରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଆମେଠିବାସୀ ବି ତାଙ୍କୁ ଉତ୍ସାହର ସହିତ ସ୍ବାଗତ କରିଥିଲେ। ମାତ୍ର ୨୦୧୯ ନିର୍ବାଚନରେ ତାଙ୍କୁ ଆମେଠିରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories