www.samajalive.in
Saturday, December 13, 2025
26.1 C
Bhubaneswar

ଭାରତଠାରୁ ହାରିବା ପରେ ପାକିସ୍ତାନ ଟିମ୍‌କୁ ନିଷେଧ କରିବା ଲାଗି କୋର୍ଟରେ ମାମଲା

ଇସଲାମାବାଦ: ଚଳିତ କ୍ରିକେଟ ବିଶ୍ଵକପ୍‌ରେ ଭାରତଠାରୁ ପରାଜିତ ହେବା ପରେ ପାକିସ୍ତାନ କ୍ରିକେଟ ଟିମ୍‌କୁ ନିଷେଧ କରିବା ଲାଗି କୋର୍ଟରେ ମାମଲା ରୁଜୁ ହୋଇଛି। ପାକିସ୍ତାନ ଟିମ୍‌ର ଜଣେ ପ୍ରଶଂସକ ଗୁଜରାଁୱାଲା କୋର୍ଟରେ ପିଟିଶନ ଦାୟର କରିବା ସହ ପାକିସ୍ତାନ ଟିମ୍‌ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିବାକୁ ନିବେଦନ କରିଛନ୍ତି।

ସୂଚନା ମୁତାବକ, ଗତ ରବିବାର ଦିନ ମଞ୍ଚେଷ୍ଟରରେ ପାକିସ୍ତାନକୁ ଭାରତୀୟ ଟିମ୍‌ ୮୯ ରନରେ ହରାଇ ଦେଇଥିଲା। ଏହା ବିଶ୍ଵକପ୍‌ ଇତିହାସରେ ଭାରତଠାରୁ ପାକିସ୍ତାନର ୭ମ ପରାଜୟ ଥିଲା। ଏହା ପରଠାରୁ ପାକ କ୍ରିକେଟରମାନଙ୍କୁ ପ୍ରଶଂସକ ଏବଂ ପୂର୍ବତନ ଖେଳାଳିମାନେ କଡ଼ା ସମାଲୋଚନା କରୁଛନ୍ତି। କୋର୍ଟରେ ପିଟିଶନ ଦାୟର କରିଥିବା ଆବେଦନକାରୀ ଟିମ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିକୁ ଭଙ୍ଗ କରିବାକୁ ନିବେଦନ କରିଛନ୍ତି। କୋର୍ଟ ଆବେଦନକୁ ଗ୍ରହଣ କରିବା ସହିତ ଏ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରିଛନ୍ତି।

- Advertisement -

ଅନ୍ୟପଟେ ପିସିବି ପରିଚାଳନା ମଣ୍ଡଳ ପକ୍ଷରୁ ବୁଧବାର ଲାହୋରରେ ହେବାକୁ ଥିବା ବୈଠକରେ କୋଚ୍‌ ଏବଂ କମିଟିରୁ କିଛି ଚୟନକର୍ତ୍ତାଙ୍କୁ ବାଦ୍‌ ଦିଆଯିବାର ସମ୍ଭାବନା ରହିଛି। ବୈଠକରେ ଯୋଗଦେବା ଲାଗି ପିସିବି ମହାନିର୍ଦେଶକ ୱସିମ ଖାନ ବିଦେଶ ଗସ୍ତକୁ ଅଧାରୁ ବାତିଲ କରି ସ୍ବଦେଶ ଫେରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories