www.samajalive.in
Friday, December 12, 2025
16.1 C
Bhubaneswar

ଓମ ବିର୍ଲା ବାଚସ୍ପତି ନିର୍ବାଚିତ; ଦାୟିତ୍ଵ ନେବା ପରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ସାଂସଦ ଓମ ବିର୍ଲା ବୁଧବାର ଲୋକସଭାର ବାଚସ୍ପତି ଭା​‌ବେ ନିର୍ବାଚିତ ହୋଇଛିନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଚସ୍ପତି ପଦବୀ ପାଇଁ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସର୍ବସମ୍ମତି କ୍ରମେ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଗୃହରେ ଦାୟିତ୍ଵ ଗ୍ରହଣ କରିଥିଲେ। ଦାୟିତ୍ଵ ନେବା ସମୟରେ ମୋଦୀ ତାଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ। ସୂଚନାଯୋଗ୍ୟ, ରାଜସ୍ଥାନର କୋଟା ଲୋକସଭା ଆସନରୁ ୨ଥର ସାଂସଦ ଏବଂ ଦକ୍ଷିଣ କୋଟା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ବିର୍ଲା ଦାୟିତ୍ଵ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଓମ୍‌ ବିର୍ଲା ଦେଶର କ୍ୟାରିୟର ହବ୍‌ ରାଜସ୍ଥାନର କୋଟାରୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନର ଏହି ଛୋଟ ସହର ଏବେ ମିନି ଭାରତରେ ପରିଣତ ହୋଇଛି। ସବୁ ଛାତ୍ରୀଛାତ୍ରଙ୍କ ଲକ୍ଷ୍ୟ କୋଟା ଆସି କ୍ୟାରିୟର କରିବେ। କୋଟାକୁ ଏ ସ୍ତରରେ ପହଞ୍ଚାଇବାରେ ବିର୍ଲାଙ୍କ ପ୍ରମୁଖ ଭୂମିକା ରହିଛି। କୋଟାରେ ଯେପରି କେହି ଭୋକରେ ନ ରହିବେ ସେଥିଲାଗି ସେ ଶପଥ ନେଇଥିଲେ। ପ୍ରସାଦମ ଯୋଜନା ଜରିଆରେ ସେ ଗରିବଙ୍କୁ ଖାଦ୍ୟ ଦେଉଥିଲେ। ଜନସେବାକୁ ସେ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ମୋଦୀ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories