www.samajalive.in
Monday, December 15, 2025
26.1 C
Bhubaneswar

ଆସୁଛନ୍ତି ରାହୁଲ ଗାନ୍ଧୀ, ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ

ଭୁବନେଶ୍ୱର: ଆସନ୍ତକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସଚ କ୍ୟାମ୍ପ । ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଯାଇ ବରମୁଣ୍ଡା ହାଇସ୍କୁଲ ପଡିଆରେ ଆୟୋଜିତ ସମ୍ପିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାହୁଲଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍‍ ଖଡଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଆସିବେ । ସମ୍ବିନ୍ଧାନ ବଞ୍ଚାଅ କାର୍ଯ୍ୟକ୍ରମ ସମୟରେ ରାହୁଲ କୃଷକ ଓ ଦଳିତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ୨ଟା ୪୫ରେ ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ ରାହୁଲ । ଭକ୍ତ ଦାସ ପିସିସି ଦାୟିତ୍ୱ ନେବା ପରେ ରାହୁଲଙ୍କ ଏହା ପ୍ରଥମ ଗସ୍ତ ଥିବାରୁ ସଂଗଠନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories