www.samajalive.in
Friday, December 5, 2025
23.1 C
Bhubaneswar

ସ୍ଵାମୀ ହିଁ ଥିଲା ହତ୍ୟାକାରୀ, ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି କରିଥିଲା ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ସ୍ଵାମୀ ନିଖିଲ ହିଁ ହତ୍ୟାକାରୀ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହେବା ପରେ ତାକୁ ଗିରଫ କରିଛି। ନିଜ ସ୍ତ୍ରୀ ଏବଂ ୩ୟ ସନ୍ତାନର ଗଳାକାଟି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଫେରାର ହୋଇଯାଇଥିଲା। ଉତ୍ତରାଖଣ୍ଡରୁ ପୁଲିସ ତା’କୁ ଗିରଫ କରିଛି।

ଗତ ମଙ୍ଗଳବାର ଅପରାହ୍ନରେ ମଞ୍ଜୁ କା ତିଲା ନିକଟରେ ଏକ ଡବଲ ମର୍ଡର ହୋଇଥିଲା। ପୁଲିସ ଏକ ଘରୁ ସୋନାଲ(୨୨) ନାମ୍ନୀ ମହିଳା ଏବଂ ଏକ ଶିଶୁର ମୃତଦେହ ଜବତ କରିଥିଲା। ଉଭୟଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଘଟଣା ପରଠାରୁ ସ୍ଵାମୀ ନିଖିଲ ଫେରାର ଥିବାରୁ ପୁଲିସ ତା’ ଉପରେ ସନ୍ଦେହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ତା’କୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା।

- Advertisement -

ପୁଲିସ ସୂଚନା ଅନୁସାରେ, ସୋନାଲଙ୍କର ଅନ୍ୟ କୌଣସି ପୁରୁଷଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରୁଥିଲା ନିଖିଲ। ଏହି କାରଣରୁ ସୋନାଲଙ୍କ ପ୍ରଥମ ସନ୍ତାନକୁ ନିଖିଲ ବିକ୍ରି କରିଦେଇଥିଲା। ୨ୟ ସନ୍ତାନ ଜନ୍ମ ପୂର୍ବରୁ ସୋନାଲଙ୍କ ଗର୍ଭପାତ କରାଇଥିଲା। ଶେଷରେ ୩ୟ ସନ୍ତାନ ଜନ୍ମ ହେବା ପରେ ନିଖିଲ ଉଭୟଙ୍କୁ ମାରି ଫେରାର ହୋଇଯାଇଥିଲା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories