www.samajalive.in
Monday, December 15, 2025
17.1 C
Bhubaneswar

ଜର୍ମାନରେ ରାହୁଲଙ୍କ ଭାଷଣକୁ ନେଇ ଝଡ଼

ନୂଆଦିଲ୍ଲୀ: ଜର୍ମାନୀର ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାରତରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏକ ଛାତ୍ର ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଗାନ୍ଧି କହିଥିଲେ ଯେ ମୋଦୀ ସରକାରଙ୍କ ଶାସନ ବ୍ୟବସ୍ଥା ଦେଶରେ ହିଂସା ଓ ଘୃଣାଭାବ ସୃଷ୍ଟି କରିଛି। ଏକବିଂଶ ଶତାବ୍ଦୀରେ ଯଦି କୌଣସି ଦେଶରେ କାହାକୁ ତାଙ୍କର କ୍ଷମତା ଅନୁଯାୟୀ ସ୍ଥାନ କିମ୍ବା ମର୍ଯ୍ୟାଦା ନି ମିଳେ, କାହାରି ଦୂରଦୃଷ୍ଟିକୁ ଗୁରୁତ୍ୱ ନ ମିଳେ, ତେବେ ଅନ୍ୟ କୌଣସି ସ୍ଥାନରୁ ତାଙ୍କୁ ସମର୍ଥନ ମିଳିବ। ଏହି ଅବସରରେ ରାହୁଲ୍‍ ଆଇଏସଆଇଏସ ଆତଙ୍କବାଦୀ ସଂଗଠନର ଉଦାହରଣ ଦେଇ କହିଥିଲେ ଯେ ଆମେରିକାର ଏକ ଆଇନ ଇରାକର ନିର୍ଦ୍ଦିଷ୍ଟ ଗୋଟିଏ ସମୁଦାୟକୁ ସରକାରୀ ଚାକିରୀରୁ ବାସନ୍ଦ କରିଥିଲା। ଫଳରେ ଉକ୍ତ ସମୁଦାୟର ପୁଞ୍ଜିଭୂତ ଅସନ୍ତୋଷରୁ ଆଇଏସଆଇଏସ ପରି ସଂଗଠନ ଜନ୍ମ ନେଇଥିଲା। ଏହିପରି ନୀତି ଇରାକ ଓ ସିରିଆ ଆଦି ଦେଶର ସହାବସ୍ଥାନର ବାତାବରଣକୁ ନଷ୍ଟ କରିଦେଲା। ଏଥିସହିତ ମୋଦୀ ସରକାରଙ୍କ ବିମୁଦ୍ରାୟନ ଓ ଜିଏସଟି ନୀତିକୁ ରାହୁଲ୍‍ ସମାଲୋଚନା କରି ଏହାକୁ ଦେଶର ସବୁଠାରୁ ବଡ଼ ବିଫଳତା ବୋଲି ଦର୍ଶାଇ ଥିଲେ। ବିମୁଦ୍ରାୟନ ଦେଶରେ ଛୋଟଛୋଟ ଶିଳ୍ପର ରୋଜଗାରକୁ ବନ୍ଦ କରିଦେଇଥିବାବେଳେ ଏଠାରେ କାର୍ଯ୍ୟରତ ଶ୍ରମିକଙ୍କ ନିଯୁକ୍ତି ଛଡ଼ାଇ ନେଇଛି ବୋଲି ମଧ୍ୟ ସମାଲୋଚନା କରିଥିଲେ।
ରାହୁଲଙ୍କ ଏହି ମନ୍ତବ୍ୟକୁ ବିଜେପି ଶିବିରରେ ଝଡ଼ ସୃଷ୍ଟି କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରଥମେ ଟ୍ୱିଟ୍‍ରେ ରାହୁଲଙ୍କ ଏଭଳି ମନ୍ତବ୍ୟକୁ କଟୁ ସମାଲୋଚନା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଦ୍ୱାରା ସିରିଆ ଓ ଆଇଏସଆଇଏସ ସଂଗଠନର ଉଦାହରଣ ଅତ୍ୟନ୍ତ ଭୟାଭୟ। ଯଦି ମୋଦୀ ସରକାର ଭାରତକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ନେବାକୁ ବିଫଳ ହେଉଛନ୍ତି ତେବେ ଆଇଏସଆଇଏସ ପରି ସଂଗଠନ ଭାରତକୁ ରାସ୍ତା ଦେଖାଇବ ବୋଲି ରାହୁଲଙ୍କ ଯୁକ୍ତି ବାସ୍ତବରେ ବିଭ୍ରାନ୍ତିକର। ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ôଥତ୍ୱ ଉପରେ ସନ୍ଦେହ ପ୍ରକାଶ କରିବା ସହ ଏଭଳି ମନ୍ତବ୍ୟ କେବଳ ରାହୁଲଙ୍କ ନିକଟରୁ ଆଶା କରାଯାଇ ପାରେ ବୋଲି ଶ୍ରୀପାତ୍ର କଟାକ୍ଷ କରିଛନ୍ତି।
ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କୁ କଟୁ ସମାଲୋଚନା କରା କୁହାଯାଇଛି ଯେ ରାହୁଲ ନିଜକୁ ନିଜେ ଦେଶର ନେତା ବୋଲି ଡିଣ୍ଡିମ ପିଟୁଥିବାବେଳେ ବିଦେଶରେ ଭାରତର ଭାବମୂର୍ତ୍ତିର୍କୁ ତଳିତଳାନ୍ତ କରିବାର କୌଣସି ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି। ୭୦ବର୍ଷ ମଧ୍ୟରେ କଂଗ୍ରେସ ଦେଶକୁ କୌଣସି ଲକ୍ଷ୍ୟପଥରେ ପହଞ୍ଚାଇ ପାରି ନାହିଁ। ଏଭଳି କ୍ଷେତ୍ରରେ ମୋଦୀ ସରକାର ବିରୋଧରେ ବିଦେଶରେ ଛିଡ଼ା ହୋଇ ରାହୁଲ ଆଣିଥିବା ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ। ରାହୁଲ ଗାନ୍ଧି କୌଣସି ତଥ୍ୟ ଜାଣନ୍ତି ନାହିଁ କିମ୍ବା ଜାଣିବାକୁ ଆଗ୍ରହୀ ନୁହନ୍ତି। ରାହୁଲଙ୍କ ନେତୃତ୍ୱରେ ପଞ୍ଜାବ ନେତା ନବଜୋତ୍‍ ସିଂହ ସିଦ୍ଧୁ ପାକିସ୍ତାନ ପ୍ରେମରେ ପାଗଳ ହୋଇ ପଡ଼ିଥିବାବେଳେ ରାହୁଲ ଚୀନ ପ୍ରେମରେ ବୁଡ଼ି ରହିଛନ୍ତି। ଏଭଳି କ୍ଷେତ୍ରରେ ରାହୁଲଙ୍କ ପରି ନେତାଙ୍କ ଦୂରଦୃଷ୍ଟି “ଆଗରୁ ଆଳୁ- ପଛରୁ ସୁନା’ ବ୍ୟତୀତ କ’ଣ ଆଶା କରାଯାଇ ପାରେ ବୋଲି ଶ୍ରୀ ପାତ୍ର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories