www.samajalive.in
Wednesday, December 10, 2025
14.1 C
Bhubaneswar

ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା

ଡେସ୍କ: ଲୋକସଭାରେ ବିରୋଧୀ ଦଳ ନେତା ଭୂମିକା ଗ୍ରହଣ କରିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛି। ଶନିବାର ନୂଆଦିଲ୍ଲୀରେ ସିଡବ୍ଲ୍ୟୁସି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଯେ ସିଡବ୍ଲ୍ୟୁସି ବିଶ୍ୱାସ କରେ ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଏକ ଦୃଢ଼ ଏବଂ ସତର୍କ ବିରୋଧୀ ଗଠନ କରିବ।

ଏଫ୍ଆଇଏଚ୍ ପ୍ରୋ ଲିଗ, ହାରିଲା ମହିଳା ହକି ଦଳ

- Advertisement -

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ନିକଟରେ ହୋଇଥିବା ନିର୍ବାଚନ କଂଗ୍ରେସ ଦଳ ପାଇଁ ବୁଷ୍ଟର ଡୋଜ୍ ଭାବେ କାମ କରୁଛି। ଦଳ ରାଜ୍ୟସ୍ତରରେ ନିର୍ବାଚନୀ ପ୍ରଦର୍ଶନର ସମୀକ୍ଷା କରିବ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ସମ୍ପ୍ରସାରିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଉଦଘାଟନୀ ଭାଷଣରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା କଂଗ୍ରେସର ସମସ୍ତ ନବନିର୍ବାଚିତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ ମଣିପୁରରେ କଂଗ୍ରେସ ଦ୍ୱାରା ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଉଭୟ ଆସନରେ ବିଜୟୀ ହେବା ସହ ନାଗାଲାଣ୍ଡ, ଆସାମ, ମେଘାଳୟରେ ମଧ୍ୟ ଆସନ ପାଇଛି। ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ସମଗ୍ର ଦେଶରେ କଂଗ୍ରେସକୁ ଲୋକଙ୍କ ପ୍ରବଳ ସମର୍ଥନ ମିଳିଛି ବୋଲି ସେ କହିଛନ୍ତି। ଶ୍ରୀ ଖଡ଼ଗେ କହିଛନ୍ତି ଯେ ଇଣ୍ଡିଆ ବ୍ଳକ ସହଯୋଗୀଙ୍କ ସହ ମିଶି ଦଳ ସଂସଦ ଭିତରେ ଏବଂ ବାହାରେ ଏକଜୁଟ ହୋଇ କାମ କରିବ। ବୈଠକରେ ଦଳର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories