କମିଲା ସୁନାଦର- ୨୦ହଜାରେ ୮୦୦ ଟଙ୍କା କମିଲା ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ
ନୂଆଦିଲ୍ଲୀ- ଅନେକ ଦିନ ଧରି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ସୁନାଦର ପୁଣି ହ୍ରାସ ପାଇଛି । ଶନିବାରରେ ସୁନାଦର ହ୍ରାସ ପାଇଥିବା ସୂଚନା ମିଳିଛି । ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧୯୦୦ ଟଙ୍କା ହ୍ରାସ ପାଇଛି ।
ସେହିପରି ୨୪ କ୍ୟାରେଟ୍ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ୨୦୮୦ ଟଙ୍କା ହ୍ରାସ ପାଇଛି । ୧୦୦ ଗ୍ରାମକୁ ଏହା ୨୦,୮୦୦ ଟଙ୍କା ହ୍ରାସ ପାଇଛି । ୧୮ କ୍ୟାରେଟ୍ ସୁନା ଦର ୧୫୫୦ ଟଙ୍କା ହ୍ରାସ ପାଇଛି । ଏବେ ପ୍ରତି ୧୦ ଗ୍ରାସ ୧୮ କ୍ୟାରେଟ ସୁନାଦର ୫୩,୭୬୦ ଟଙ୍କାରେ ପହଞ୍ଚିଛି ।
ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଛି । ରଏଟରର ଖବର ଅନୁସାରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ପ୍ରାୟ ୧.୮ ପ୍ରତିଶତ ହ୍ରାସ ପାଇଛି । ପ୍ଲାଟିନମ୍ର ମୂଲ୍ୟ ୧.୩ ପ୍ରତିଶତ ହ୍ରାସ ପାଇଛି ।
Comments are closed.