ଗୋପାଳପୁର: ପୁନିତ୍ ସାଗର ଅଭିଯାନ ଓ ବିଶ୍ୱ ମହାସାଗର ଦିବସ ଅବସରରେ ୨ ଓଡ଼ିଶା ବାଟାଲିୟନ ଓ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁର ବେଳାଭୂମିଠାରେ ବେଳାଭୂମି ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥି ସହ ଗୋପାଳପୁର ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ଉପକୂଳ ସଫା ରଖିବା କଣ ପାଈଁ ଜରୁରୀ ତାହା ନେଇ ସଚେତନତା କରାଯାଇଥିଲା lସଫେଇ କାର୍ଯ୍ୟକ୍ରମ ରେ ୧୪୦ ଏନ ସି ସି କେଡେଟ ଓ ଫାଉଣ୍ଡେସନ ର ୪୦ କର୍ମକର୍ତ୍ତା ବେଳାଭୂମି ରେ ସଫେଇ କରିବା ସହ ପ୍ରାୟ ୩୦୦ କେଜିର ବିଭିନ୍ନ ଅଳିଆ ଆବର୍ଜ୍ଜନା ସାଙ୍ଗକୁ ପ୍ଲାଷ୍ଟିକ ବୋତଲ, କାଚ,ପ୍ଲାଷ୍ଟିକ ପାଇପ୍ ଇତ୍ୟାଦି ଆବର୍ଜନା ସଂଗ୍ରହ କରଯାଇଥିଲା। ସଂଗୃହିତ ଆବର୍ଜନାକୁ ପୃଥକି କରଣ କରି ଏହାକୁ ବିଏମସିର ରିସାଇକ୍ଲିଂ ପ୍ଲାଣ୍ଟରେ ଦାଖଲ କରାଯାଇଥିଲା ।
ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ-୨ ଓଡ଼ିଶା ବାଟାଲିୟନ ଏନ୍.ସି.ସି କମାଣ୍ଡିଂ ଅଫିସର ଲେଫ୍ଟନେଣ୍ଟ କର୍ଣ୍ଣେଲ ସମୀର କୁମାର କର, ପ୍ରାସାସନିକ ଅଧିକାରୀ କର୍ଣ୍ଣେଲ ଗୌରବ ଜୟସିଂହ ପ୍ରମୁଖ ଉପକୂଳ ସଫା ରଖିବାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ଜିଲା ସଂଯୋଜକ ଭାରତ ଗୌରବ ଦାସ ଆଗାମୀ ଭବିଷ୍ୟତ ରେ ପ୍ଲାଷ୍ଟିକ ର କମ୍ ବ୍ୟବହାର ହବ ଓ ପ୍ଲାଷ୍ଟିକ କୁ କେମିତି ପୁନଃ ବ୍ୟବହାର କରାଯାଇପାରିବ ସେ ପ୍ରତି ଅବଗତ କରାଇଥିଲେ । ପ୍ରତିବର୍ଷ ୨ ଓଡ଼ିଶା ବାଟାଲିୟନ ଏନସିସି କ୍ୟାଡେଟ ମାନେ ପୁନିତ୍ ସାଗର ଅଭିଯାନ ମାଧ୍ୟମ ରେ ଗୋପାଳପୁର ବେଳାଭୂମିକୁ ସଫା କରନ୍ତି ଓ ସ୍ବଚ୍ଛତା ହିଁ ସେବା ମନ୍ତ୍ରରେ ମନ୍ତ୍ରିତ ହୋଇ ପରିବେଶ ର ଯତ୍ନ ନେବା ସହ ସଚେତନତା ମଧ୍ୟ କରାନ୍ତି।
ଏହି କାର୍ଯକ୍ରମଟି ୟୁଏନ୍ଇପି, ପ୍ଲାଷ୍ଟିକ ଟାଇଡ୍ ଟନର୍ସ, ମେରି ଲାଇଫ, ସାତ୍ତ୍ୱିକ ସୋଲ ଫାଉଣ୍ଡେସନ, ୟୁନିସେଫ୍ ଓ ୟୁଥ୍ ଫୋର୍ ୱେଟର ପ୍ଲସ ର ମିଳିତ ଆନୁକୁଲ୍ୟରେ ସଫଳ ରୂପେ ପରିଚଳନ ହୋଇଥିଲା ।



