www.samajalive.in
Monday, December 15, 2025
16.1 C
Bhubaneswar

୩ କମିଟି ଗଠନ କଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ତତ୍ପର ହୋଇପଡିଛନ୍ତି। ଦଳର ବିଜୟ ସୁନିଶ୍ଚିତ କରିବା ନିମନ୍ତେ କଡ଼ା ରଣନୀତି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିକ୍ରମେ ଶନିବାର ସେ ଦଳର ତିନିଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏହି କମିଟି ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ଦଳୀୟ ଇସ୍ତାହାର ତଥା ପ୍ରଚାର ରଣନୀତି ସମ୍ବନ୍ଧରେ ଚିଠାପ୍ରସ୍ତାବ ପ୍ରସ୍ତୁତ କରିବ।
ପ୍ରଥମତଃ ରାହୁଲ ୯ ଜଣିଆ କୋର୍‍ ଗ୍ରୁପ୍‍ କମିଟି ଗଠନ କରିଛନ୍ତି। ଏହି କମିଟିରେ ଏ. କେ. ଆଣ୍ଟୋନୀ, ଗୁଲାମ ନବି ଆଜାଦ, ପି. ଚିଦମ୍ବରମ୍‍, ଅଶୋକ ଗେହଲଟ୍‍, ମଲ୍ଲିକାର୍ଜୁନ ଖଡ୍‍ଗେ, ଅହମ୍ମଦ ପଟେଲ, ଜୟରାମ ରମେଶ, ରଣଦୀପ ସୂର୍ଯ୍ୟେୱାଲ ଏବଂ କେ. ସି. ବେଣୁଗୋପାଳଙ୍କୁ ସଦସ୍ୟ ନିଯୁକ୍ତ କରାଯାଇଛି। ନବଗଠିତ ନିର୍ବାଚନୀ ଇସ୍ତାହାର କମିଟି ଏବଂ ପ୍ରଚାର କମିଟିରେ ୧୯ ଜଣ ଲେଖାଏଁ ସଦସ୍ୟ ରହିବେ। ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ପ୍ରଥମଥର ଲାଗି ଏଭଳି କୋର୍‍ କମିଟି ଗଠନ କରାଯାଇଛି। ଏହି କମିଟି ଗଠନ ଦ୍ୱାରା ଦଳ ସମ୍ପୂର୍ଣ୍ଣ ଭାବେ ନିର୍ବାଚନାଭିମୁଖୀ ହୋଇଛି ବୋଲି ଦଳର ସାଧାରଣ ସମ୍ପାଦକ ଗେହଲଟ୍‍ ପ୍ରକାଶ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) କ୍ଷମତାରେ ଥିବା ବେଳେ ଦଳ ଏବଂ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ଏକ କୋର୍‍ ଗ୍ରୁପ୍‍ ଥିଲା, କିନ୍ତୁ ନିର୍ବାଚନ ନିମନ୍ତେ ପୂର୍ବରୁ କୌଣସି କୋର୍‍ ଗ୍ରୁପ୍‍ ଗଠନ କରାଯାଇ ନ ଥିଲା ବୋଲି ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories