Patra electronics

କଳ୍ପନାଜଳ୍ପନାର ଅନ୍ତ! ରାହୁଲ ଦ୍ରାବିଡ଼ ହିଁ ରହିବେ ଭାରତୀୟ ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାହୁଲ ଦ୍ରାବିଡ଼ ହିଁ ରହିବେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌। ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବୁଧବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍‌ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେ​‌ ଓ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପଙ୍କର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ପାଇଛି।


ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ନିକଟରେ ଶେଷ ହୋଇଥିବା ବିଶ୍ୱକପ ପରେ ଚୁକ୍ତିନାମା ଅବଧି ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲା ​​ଏବଂ ସର୍ବସମ୍ମତି କ୍ରମେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଛି। ଭାରତୀୟ ଦଳକୁ ପ୍ରସ୍ତୁତ କରିବାରେ ଦ୍ରାବିଡଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବୋର୍ଡ ସ୍ୱୀକାର କରିଛି ଏବଂ ତାଙ୍କର ଅସାଧାରଣ ଦକ୍ଷତାକୁ ପ୍ରଶଂସା କରୁଛି।

Comments are closed.