www.samajalive.in
Saturday, December 6, 2025
16.1 C
Bhubaneswar

ବିଦାୟୀ ଭାଷଣରେ ଭାବୁକ ହେଲେ ଦ୍ରାବିଡ଼

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ୨୦୨୪ ଟି୨୦ ବିଶ୍ବକପ ପର୍ଯ୍ୟନ୍ତ ରହିଥିଲେ। ଟୁର୍ଣ୍ଣାମେଣ୍ଟ ଶେଷ ହେବା ସହିତ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ନୂତନ ପ୍ରଶିକ୍ଷକ ନିଯୁକ୍ତି ହେବେ। ପ୍ରଶିକ୍ଷକ ପଦରୁ ବିଦାୟ ନେବା ପୂର୍ବରୁ ରାହୁଲ ଦ୍ରାବିଡ଼ ଡ୍ରେସିଂ ରୁମରେ ଶେଷ ଭାଷଣ ଦେଇଛନ୍ତି। ଦ୍ରାବିଡ଼ କହିଛନ୍ତି ​‌େ​ଯ, ମୋତେ ଏହି ଚମତ୍କାର ସ୍ମୃତିରୁ ଏକ ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆପଣ ସମସ୍ତେ ଏହି ମୁହୂର୍ତ୍ତକୁ ମନେ ରଖିବେ। ଏହା ରନ କିମ୍ବା ୱିକେଟର ବିଷୟ ନୁହେଁ। ଆପଣ ନିଜ କ୍ୟାରିୟରକୁ ମନେ ରଖିବେ। ମୁଁ ତୁମ ସମସ୍ତଙ୍କ ପାଇଁ ଏହାଠାରୁ ଅଧିକ ଗର୍ବିତ କରିପାରିବି ନାହିଁ। ଯେଉଁଭଳି ଭାବେ ତୁମେ ମାନେ ମଇଦାନକୁ ଆସି ଲଢିଲ ତାହା ଗର୍ବର କଥା ବୋଲି ଦ୍ରାବିଡ଼ କହିଛନ୍ତି। ୮ମାସ ତଳେ ଦିନିକିଆ କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବାର ଦୁଃଖକୁ ସହଜରେ ଭୁଲି ହେଉନଥିଲା। ଯାହା ଟି୨୦ ବିଶ୍ବକପ ଜିତିବା ପରେ କିଛି ମାତ୍ରାରେ ପୂରଣ ହୋଇଛି। ବିସିିସିଆଇ ପକ୍ଷରୁ ମୋତେ ମୋ କାମ କରିବାକୁ ସ୍ବାଧିନତା ମିଳିଥିଲା। ଯାହା ଫଳରେ ଏକ ଭଲ ଦଳ ଗଠନ କରିବାରେ ସଫଳ ହୋଇଥିଲି। ଟି୨୦ ଓ ଦିନିକିଆ ଭିତରେ ବହୁତ ଫରକ ରହିଛି। ଦିନିକିଆ ବିଶ୍ବକପ ପରାଜୟ ପରେ ଆମକୁ ବଡ଼ ଶିକ୍ଷା ଦେଇଥିଲା। ରୋହିତ ଶର୍ମା ମଧ୍ୟ ବିଶ୍ବକପ ଜିତିବା ନେଇ ବ୍ୟାକୁଳ ଥିଲେ।

ଦଳର ପ୍ରତ୍ୟେକ ଖେଳାଳିଙ୍କ ପ୍ରତିବଦ୍ଧତା ପାଇଁ ଟି୨୦ ବିଶ୍ବକପ ଜିତିବା ସମ୍ଭବପର ହୋଇପାରିଛି ବୋଲି ଦ୍ରାବିଡ଼ କହିଛନ୍ତି। ଟି୨୦ ବିଶ୍ବକପରେ ପ୍ରତ୍ୟେକ ଖେଳାଳି ଚମତ୍କାର କ୍ରିକେଟ ଖେଳିଥିଲେ। ଉଭୟେ ବ୍ୟାଟିଂ ଓ ବୋଲିଂରେ ଆମେ ବହୁତ ଭଲ ପ୍ରଦର୍ଶନ କରିଥିଲୁ। ଏହା ଏକ ଚମତ୍କାର ଅଭିଯାନ ଥିଲା ବୋଲି ଦ୍ରାବିଡ଼ କହିଛନ୍ତି। ଗତ ନଭେମ୍ବରରେ ଦିନିକିଆ ବିଶ୍ବକପ ପରାଜୟ ପରେ ଭାରାତୀୟ ଦଳର ପ୍ରଶିକ୍ଷକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ବିସିସିଆଇ ପକ୍ଷରୁ ଅନୁରୋଧ ଓ ରୋହିତଙ୍କ ଫୋନ ଆଉ କିଛି ଦିନ କାମ କରିବାକୁ ଉତ୍ସାହିତ କରିଥିଲା ବୋଲି ଦ୍ରାବିଡ଼ କହିଛନ୍ତି। ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ପରାଜିତ ହେବା ପରେ ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ପ୍ରଶିକ୍ଷକ ପଦରୁ ଅବ୍ୟହତି ନେବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ। ବିସିସିଆଇ ଦ୍ରାବିଡ଼ଙ୍କ କାର୍ଯ୍ୟକାଳକୁ ୨୦୨୪ ଟି୨୦ ବିଶ୍ବକପ ପର୍ଯ୍ୟନ୍ତ ବଢାଇ ଦେଇଥିଲା। ଭାରତକୁ ବିଶ୍ବକପ ଜିତାଇବା ଦ୍ରାବିଡ଼ଙ୍କ ଲକ୍ଷ୍ୟ ବାର୍ବାଡୋଜରେ ପୂରଣ ହୋଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories