www.samajalive.in
Saturday, December 13, 2025
23.1 C
Bhubaneswar

ହାଥରସ୍ ଗଣଦୁଷ୍କର୍ମ ମାମଲା : ପୀଡିତାଙ୍କ ପରିବାରକୁ ସଦସ୍ୟଙ୍କୁ ଭେଟି ପାରିଲେନି ରାହୁଲ ଓ ପ୍ରିୟଙ୍କା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ସଦସ୍ୟଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଶେଷରେ ନିରାଶ ହେବାକୁ ପଡିଛି। ପୁଲିସ ସେମାନଙ୍କୁ ବାଟରେ ଅଟକାଇବା ସହ ନିଜ ହେପାଜତକୁ ନେଇଛି। ପୀଡିତାଙ୍କ ପରିବାରକୁ ସଦସ୍ୟଙ୍କୁ ଭେଟିବାକୁ ଦେଇନି। ସେମାନଙ୍କୁ ଫର୍ମୁଲା-୧ ଗେଷ୍ଟ ହାଉସରେ ରଖାଯାଇଥିଲା। ପରେ ସେମାନେ ଦିଲ୍ଲୀ ଫେରିଯାଇଛନ୍ତି।

ପୁଲିସ ସହ କଂଗ୍ରେସ କର୍ମୀଙ୍କ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ରାହୁଲ ତଳେ ପଡିଯାଇ ଥିଲେ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ ଯେତେବେଳେ ପୀଡିତାଙ୍କ ମୃତ୍ୟୁ ଘଟିଥିଲା ସେତେବେଳେ ପ୍ରିୟଙ୍କା ଫୋନରେ ପୀଡିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

- Advertisement -

ସୂଚନାଯୋଗ୍ୟ, ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ପ୍ରତିବାର ସ୍ବର ତୀବ୍ର ହୋଇଛି। ଗଣଦୁଷ୍କର୍ମରେ ଶିକାର ହୋଇଥିବା ପୀଡ଼ିତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ପୁଲିସ ବିଳମ୍ବିତ ରାତ୍ରୀରେ ତରବରିଆ ଭାବେ ଯେଉଁଭଳି ଅନ୍ତିମ ସଂସ୍କାର କରିଦେଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ  ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଏସଆଇଟି ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories