QNETIC – Mobile

ରାହାଙ୍ଗୁଳରେ ରକ୍ତଦାନ ଶିବିର

ଗୁରୁଡିଝାଟିଆ :  ରାଧାକୃଷ୍ଣପୁର ପଞ୍ଚାୟତର ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାତା ସମାଜର ବନ୍ଧୁ ବୋଲି କହିଥିଲେ । ସେମାନେ ବହୁ ଅମୂଲ୍ୟ ଜୀବନକୁ ବଞ୍ଚାଇବାରେ ସହାୟକ ହୋଇଥାନ୍ତି ବୋଲି କହିବା ସଂଗେ ସଂଗେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ , ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ , ବିଜୁ ଯୁବ ଜନତା ଦଳ ବ୍ଲକ ସଭାପତି ବିନୋଦ ମାଝି, ବ୍ଲକ ଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । କଟକ ବଡମେଡିକାଲ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ୨୦୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଆବାହକ ପ୍ରଦୀପ୍ତ କୁମାର ଦାସ, ଏନଏସି ବିଜେଡି ସଭାପତି ଶିଶିର କୁମାର ମାନସିଂହ ଙ୍କ ସହିତ ପଞ୍ଚାୟତର ବିଜେଡି ର ଆଗଧାଡିର କର୍ମୀ, ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.