www.samajalive.in
Monday, December 15, 2025
14.1 C
Bhubaneswar

ରାହାଣେଙ୍କ ସ୍ଥାନରେ ସ୍ମିଥ୍‌ ରାଜସ୍ଥାନ ରୟାଲ୍‌ସ ଅଧିନାୟକ

ଜୟପୁର : ଆଇପିଏଲ୍‌ ଦଳ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ଭାବେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଶନିବାର ନିଯୁକ୍ତ କରାଯାଇଛି। ଚଳିତ ସିିଜିନ୍‌ ଆରମ୍ଭରୁ ଅଜିଙ୍କ୍ୟ ରାହାଣେ ରାଜସ୍ଥାନ ରୟାଲ୍‌ସ ଦଳର ଅଧିନାୟକ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ତେ​‌େ​‌ବ ତାଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରୁନଥିବା ଉପଲବ୍ଧି କରି ଏହି ଦଳ ମ୍ୟାନେଜମେଣ୍ଟ ଶନିବାର ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ଭାବେ ନିଯୁକ୍ତ କରିଛି। ଦଳର ଏହି ନିଷ୍ପତ୍ତି ପ୍ରଥମ ମ୍ୟାଚ୍‌ରେ ହିଁ ସଠିକ୍ ପ୍ରମାଣିତ ହୋଇଛି । ସ୍ମିଥଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଶନିବାର ମୁମ୍ବଇ ଇଣ୍ଡିଆନ୍‌ସକୁ ରାଜସ୍ଥାନ ପରାସ୍ତ କରିଛି।
ଏ ସଂପର୍କରେ ରାଜସ୍ଥାନ ଦଳ ମ୍ୟାନେଜମେଣ୍ଟ ତରଫରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ରାହାଣେ ଗତବର୍ଷ ଆଇପିଏଲ୍‌ରେ ନେତୃତ୍ବ ନେଇ ଦଳକୁ ପ୍ଲେଅଫ୍‌ରେ ପହଞ୍ଚାଇଥିଲେ। ତେବେ ଚଳିତ ସିଜିନ୍‌ରେ ସେ ଦଳକୁ ଉପଯୁକ୍ତ ଭାବେ ପରିଚାଳିତ କରିବାରେ ସକ୍ଷମ ହୋଇପାରି ନାହାନ୍ତି। ଦଳ ଆବଶ୍ୟକ ଫଳାଫଳ ମଧ୍ୟ ପାଇନାହିଁ। ଏହାକୁ ଦୃଷ୍ଟିରେ ରଖି ସ୍ମିଥ୍‌ଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସ୍ମିଥ୍‌ଙ୍କ ନିକଟରେ ବିପୁଳ ଅଭିଜ୍ଞତା ଥିବାରୁ ସେ ଦଳକୁ ବିଜୟଧାରାକୁ ଫେରାଇ ଆଣିବାକୁ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ; ଗତବର୍ଷ ମଧ୍ୟ ସ୍ମିଥ୍‌ ରାଜସ୍ଥାନ ରୟାଲ୍‌ସର ନେତୃତ୍ବ ନେଇଥିଲେ। ତେବେ ବଲ୍‌ ଟାମ୍ପରିଂ ମାମଲାରେ ସ୍ମିଥ୍‌ଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଏକବର୍ଷ ପାଇଁ କ୍ରିକେଟ୍‌ରୁ ବାସନ୍ଦ କରିବା ପରେ ରାହାଣେଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରା ଯାଇଥିଲା। ଚଳିତ ଆଇପିଏଲ୍‌ ସିଜିନ୍‌ରେ ସ୍ମିଥ୍‌ ବାକି ଥିବା ସବୁ ମ୍ୟାଚ୍‌ରେ ଖେଳିବାର ଆଶା କମ୍‌। ଆସନ୍ତା ମେ ୧ ବେଳକୁ ସ୍ମିଥ୍‌ ଅଷ୍ଟ୍ରେଲିଆ ଯାଇ ବିଶ୍ବକପ୍‌ ଦଳରେ ଯୋଗଦେବେ ବୋଲି ଆଲୋଚନା ହେଉଛି। ସେହିପରି ଦଳର ତାରକା ଖେଳାଳି ବେନ୍‌ ଷ୍ଟୋକ୍‌ସ ଓ ଜୋସ୍‌ ବଟଲର ମଧ୍ୟ ଇଂଲଣ୍ଡ ଫେରି ଯାଇ ବିଶ୍ବକପ୍ ପାଇଁ ଇଂଲଣ୍ଡ ଦଳରେ ଯୋଗଦେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories