ପ୍ରଣବଙ୍କ ପରେ ରଘୁରାମଙ୍କୁ ସଂଘ ପରିବାରର ନିମନ୍ତ୍ରଣ

0

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସ୍ୱୟଂ ସେବକ ସଂଘ (ଆରଏସ୍‍ଏସ୍‍) କାର୍ଯ୍ୟକ୍ରମ ପାଇଁ ନାଗପୁରକୁ ନିମନ୍ତ୍ରଣ କରିବା ପରେ ସଂଘ ପରିବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ବିଶ୍ୱହିନ୍ଦୁ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ଏହାକୁ ନେଇ ରାଜନୈତିକ କରିଡ଼ରରେ କମ୍ପନ ଆରମ୍ଭ ହୋଇଯାଇଛି। ୧୮୯୩ ଚିକାଗୋ ବିଶ୍ୱ ଧର୍ମ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦଙ୍କ ଯୋଗଦାନ ଏବଂ ଐତିହାସିକ୍‍ ଅଭିଭାଷଣକୁ ଚଳିତ ବର୍ଷ ୧୨୫ ବର୍ଷ ପୂରଣ ହୋଇଛି। ବିବେକାନନ୍ଦଙ୍କ ଅଭିଭାଷଣର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ (ବିଏଚ୍‍ପି) ଏବଂ ସଂଘ ପରିବାର ଚିକାଗୋରେ ଚଳିତ ବର୍ଷ ସେପ୍ଟେମ୍ବରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଘୁରାମ ଅଭିଭାଷଣ ପ୍ରଦାନ କରିବେ। ଉଲ୍ଳେଖ ଯେ ରଘୁରାମ ଆରବିଆଇ ଗଭର୍ଣ୍ଣର ଥିଲାବେଳେ ଆରଏସ୍‍ଏସ୍‍ର କେତେକ ନେତା ତାଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ। ୨୦୧୬ରେ ଆରବିଆଇ ଗଭର୍ଣ୍ଣର ପଦରୁ ଅବସର ନେବା ପରଠାରୁ ରଘୁରାମ ଚିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଧ୍ୟାପକ ଭାବେ ଶିକ୍ଷାଦାନ କରୁଛନ୍ତି। ଏନେଇ ରଘୁରାମ ରାଜନଙ୍କ କୌଣସି ପ୍ରତିକ୍ରୟା ମିଳିନାହିଁ।

Leave A Reply