ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି

0

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି ହୋଇଛି`।  ତିନି ମାସ ପାଇଁ ନିଯୁକ୍ତି ଦିଆଯାଇଥିବାବେଳେ କମିଶନଙ୍କ କାର୍ଯ୍ୟକାଳ ଗୁରୁବାର (୦୬.୦୯.୨୦୧୮)ରେ ଶେଷ ହୋଇଛି । କିନ୍ତୁ ଚାବି ହଜିବା ଘଟଣାର ତଦନ୍ତ ଅସଂପୂର୍ଣ୍ଣ ରହିଛି । ସେଥିପାଇଁ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାକୁ କମିଶନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ଗୃହ ବିଭାଗକୁ ଚିଠି ଲେଖିଥିଲେ । ସଚିବଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସୂଚନାଯୋଗ୍ୟ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ଜୁନ ୬ରେ ତଦନ୍ତ କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯାଇ ଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ, ରଘୁବୀର ଦାଶ କମିଶନ ଜୁଲାଇ ୩୦ରେ ପ୍ରଥମ ଥର ପାଇଁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ କମିଶନଙ୍କ ନିକଟରେ ମୋଟ ୧୦ଟି ସତ୍ୟପାଠ ଦାଖଲ ହୋଇଛି।

Leave A Reply