www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରହ୍ମପୁରରେ କଲେଜ ଛାତ୍ରୀଙ୍କୁ ରାଗିଂ ଘଟଣା: ୧୨ ଅଭିଯୁକ୍ତ ଛାତ୍ରଙ୍କୁ ବହିଷ୍କାର ନିଷ୍ପତ୍ତି

ଡେସ୍କ: ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ରାଗିଂ ଘଟଣାରେ ଜଡିତ ସମସ୍ତ ୧୨ ଛାତ୍ରଙ୍କୁ ବହିଷ୍କାର ଲାଗି ମହାବିଦ୍ୟାଳୟର ଶୃଙ୍ଖଳା ଓ ଆଣ୍ଟି ରାଗିଂ କମିଟି ନିଷ୍ପତ୍ତି ନେଇଛି। ଏହି ଘଟଣାରେ ଭାଇରାଲ ହୋଇଥିବା ରାଗିଂ ବେଳର ଦୃଶ୍ୟରେ ଉପସ୍ଥିତ ଥିବା ୧୨ ଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମିଳା ଖାଡଙ୍ଗା। ଅନ୍ୟ ପକ୍ଷରେ ଆରକ୍ଷୀ ଅଧିକ୍ଷକ ଡା ଶର୍ବଣା ବିବେକ ଏମ୍‌ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଉପରେ ପକସୋ ଆଇନ ଲାଗୁ ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଇଛି। ଏହି ଘଟଣାରେ ସମ୍ପୃକ୍ତ ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟର ଏକାଧିକ ଛାତ୍ର ସେହି ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର ଏବଂ ଅସଦାଚରଣ କରିଥିଲେ। ଛାତ୍ରୀଙ୍କୁ ରାଗିଂ ବେଳର ଦୃଶ୍ୟ ଭାଇରାଲ ହେବା ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ତ୍ବରିତ ପଦକ୍ଷେପ ନେଇଥିଲେ। ଆରକ୍ଷୀ ଅଧିକ୍ଷକ ଡା ଶର୍ବଣା ବିବେକ ଏମ୍‌ଙ୍କ ନିର୍ଦେଶରେ ବଡବଜାର ଥାନା ପୁଲିସ ତୁରନ୍ତ ୨ଜଣ ଛାତ୍ରଙ୍କୁ ଗିରଫ କରିବା ସହ ଅନ୍ୟ ୩ ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସତ୍ୟାସତ୍ୟ ଜାଣିପାରିଥିଲା।

- Advertisement -

ପୁଲିସ ପ୍ରଥମେ ଦୁଇ ଛାତ୍ର ହରିଡାଖଣ୍ଡି ଶାନ୍ତିନଗରର ଅଭିଶେକ ନାହାକ (୨୪) ଓ ବାବୁଲା ପଣ୍ଡା(୧୮)କୁ ଗିରଫ କରିଥିଲା। ଏହି ଦୁଇ ଛାତ୍ରଙ୍କୁ କଲେଜରୁ ସବୁଦିନ ପାଇଁ ବହିଷ୍କାର କରିବାକୁ ପୁଲିସ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିବା ବେଳେ ରାଗିଂରେ ସମ୍ପୃକ୍ତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ୧ ବର୍ଷ ପାଇଁ କଲେଜରୁ ନିଲମ୍ବନ କରିବାକୁ ପୁଲିସ ସୁପାରିସ କରିଥିଲା। ଇତି ମଧ୍ୟରେ ତଦନ୍ତ ପାଇଁ ପୁଲିସ କଲେଜରେ ପହଂଚି ଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories