www.samajalive.in
Saturday, December 13, 2025
26.1 C
Bhubaneswar

ସିଲିଣ୍ଡରରେ ଲାଗିବ କ୍ୟୁଆର କୋଡ୍‌: ଜାଣନ୍ତୁ, କ’ଣ ମିଳିବ ଲାଭ

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ ଆପଣଙ୍କ ଘରେ ପହଞ୍ଚୁଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡରରେ ଏକ କ୍ୟୁଆର କୋଡ୍ ଲାଗିଥିବ। ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ କ୍ୟୁଆର କୋଡ୍ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ଯଦ୍ବାରା ସିଲିଣ୍ଡର ଆପଣଙ୍କ ଘରକୁ ପଠାଇବା ପ୍ରକ୍ରିୟା ସମୟରେ ବିକ୍ରେତାମାନେ ଏଥିରୁ ଗ୍ୟାସ୍ ବାହାର କରିପାରିବେ ନାହିଁ।

ଦେଶରେ ୩୦ କୋଟି ଏଲପିଜି ଉପଭୋକ୍ତା, ସିଲିଣ୍ଡର ସଂଖ୍ୟା ପ୍ରାୟ ୭୦ କୋଟି:

- Advertisement -

ଦେଶରେ ପ୍ରାୟ ୩୦ କୋଟି ଏଲପିଜି ଉପଭୋକ୍ତା ଥିବାବେଳେ ଗ୍ୟାସ ସିଲିଣ୍ଡର ସଂଖ୍ୟା ପ୍ରାୟ ୭୦ କୋଟି। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଗ୍ରାହକ ଭାରତୀୟ ତୈଳ ନିଗମର। ଦେଶରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ସିଲିଣ୍ଡରରୁ ବେଆଇନ ଗ୍ୟାସ ବାହାର କରିବା ମାମଲା ମଧ୍ୟ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ସିଲିଣ୍ଡରଗୁଡିକୁ କ୍ୟୁଆର କୋଡ୍‌ଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଲିଣ୍ଡରଗୁଡ଼ିକ କ୍ୟୁଆର କୋଡ୍‌ଯୁକ୍ତ ହେଲେ ଗ୍ୟାସ୍‌ ଚୋରି ରୋକିବାରେ ସହାୟକ ହେବ। କ୍ୟୁଆର କୋଡ୍‌ ସାହାଯ୍ୟରେ ସିଲିଣ୍ଡରଗୁଡିକୁ ଟ୍ରାକ କରାଯାଇପାରିବ, ଯଦ୍ବାରା ସିଲିଣ୍ଡର ବଣ୍ଟନ ପ୍ରକ୍ରିୟା ସମୟରେ ଗ୍ୟାସ ଚୋରମାନଙ୍କୁ ଚିହ୍ନଟ କରାଯାଇପାରିବ।


ଏ ବିଷୟରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ସରକାର ସବୁ ଏଲପିଜି ଗ୍ୟାସ ସିଲିଣ୍ଡରକୁ କ୍ୟୁଆର କୋଡଯୁକ୍ତ କରିବାକୁ ଯାଉଛନ୍ତି। ଏପରି କରିବା ଦ୍ୱାରା ଗ୍ୟାସ ସିଲିଣ୍ଡରର ଟ୍ରାକିଂ ସହଜ ହେବ ଏବଂ ଗ୍ୟାସ ଚୋରି କରୁଥିବା ବ୍ୟକ୍ତିମାନଙ୍କୁ ଧରିହେବ। କହିବାକୁ ଗଲେ, ଏହି କ୍ୟୁଆର କୋଡ୍ ଠିକ୍ ଆଧାର କାର୍ଡ ଭଳି କାମ କରିବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଆଗାମୀ ଦିନରେ କ୍ୟୁଆର କୋଡ୍‌ଯୁକ୍ତ ପ୍ରତ୍ୟେକ ସିଲିଣ୍ଡରର ନିଜର ସ୍ୱତନ୍ତ୍ର ପରିଚୟ ରହିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ତିନି ମାସ ମଧ୍ୟରେ ସବୁ ଏଲପିଜି ସିଲିଣ୍ଡର ଉପରେ କ୍ୟୁଆର କୋଡ୍‌ ଲାଗିଯିବ। ଏହାର ଅର୍ଥ ୨୦୨୩, ଫେବୃଆରୀରୁ ଆପଣଙ୍କ ଘରେ କ୍ୟୁଆର କୋଡ୍‌ଯୁକ୍ତ ସିଲିଣ୍ଡର ପହଞ୍ଚିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories