ସମାଜ ଡିଜିଟାଲ ଡେସ୍କ: ଭାରତରେ ତିଆରି ହେବ ରାଫେଲ ଯୁଦ୍ଧ ବିମାନର ଯନ୍ତ୍ରାଂଶ। ଫ୍ରାନ୍ସର ଡାସଲ୍ଟ କମ୍ପାନୀ ଭାରତର ଟାଟା କମ୍ପାନୀ ସହିତ ମିଶି ଭାରତରେ ଏହାକୁ ନିର୍ମାଣ କରିବ। ପ୍ରଥମ ଥର ଲାଗି ଏହି ଯୁଦ୍ଧ ବିମାନର କୌଣସି ଯନ୍ତ୍ରାଂଶ ଫ୍ରାନ୍ସ ବାହାରେ ତିଆରି ହେବାକୁ ଯାଉଛି।
ଭାରତରେ ରଫେଲ ଯୁଦ୍ଧ ବିମାନର ମୁଖ୍ୟଭାଗ ବା ଫ୍ୟୁଜଲେଗ(ଯୁଦ୍ଧ ବିମାନର ସେଣ୍ଟ୍ରାଲ ବଡି ଷ୍ଟ୍ରକ୍ଚର ବା ମୁଖ୍ୟ ଭାଗକୁ ଫ୍ୟୁଜଲେଗ କୁହାଯାଏ) ଭାରତରେ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଦ୍ଵାରା ତିଆରି କରାଯିବ। ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଏବଂ ଡାସଲ ଆଭିଏସନ ମଧ୍ୟରେ ଏ ନେଇ ୪ଟି ଉତ୍ପାଦନ ହସ୍ତାନ୍ତରଣ ଚୁକ୍ତି ସ୍ଵାକ୍ଷରିତ ହୋଇଛି।
ଟାଟା ଆଡଭାନ୍ସଡ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରୁଛି। ଏହି କେନ୍ଦ୍ରରେ ରାଫେଲର ଗୁରୁତ୍ଵପୂର୍ଣ୍ଣ ଯନ୍ତ୍ରାଂଶ ଉତ୍ପାଦନ କରାଯିବ। ଯୁଦ୍ଧ ବିମାନର ପଛ ଫ୍ୟୁଜଲେଗ, ସମ୍ପୂର୍ଣ୍ଣ ପଛ ଭାଗ, ମଧ୍ୟଭାଗ ଫ୍ୟୁଜଲେଗ ଏବଂ ସମ୍ମୁଖ ଭାଗ ଏଠାରେ ତିଆରି ହେବ। ଆସନ୍ତା ୨୦୨୮ ମହିହାରୁ ଉତ୍ପାଦନ ଆରମ୍ଭ ହେବ। ପ୍ରତି ମାସରେ ୨ଟି ଫ୍ୟୁଜଲେଗ୍ ତିଆରି ହେବ ବୋଲି ଜଣାପଡ଼ିଛି। ଭାରତରେ ସପ୍ଲାଏ ଚେନ୍କୁ ମଜଭୁତ କରିବା ଲାଗି ଏହା ଏକ ନିଷ୍ପତ୍ତିମୂଳକ ପଦକ୍ଷେପ ବୋଲି ଡାସଲ୍ଟ କମ୍ପାନୀର ସିଇଓ ତଥା ଅଧ୍ୟକ୍ଷ ଏରିକ ଟ୍ରାପିଅର କହିଛନ୍ତି।



