www.samajalive.in
Monday, December 15, 2025
15.1 C
Bhubaneswar

ରେଡିଓ ନମସ୍କାର ପକ୍ଷରୁ ସାମ୍ବିଧାନିକ ଦିଵସ ପାଳିତ

କୋଣାର୍କ : କୋଣାର୍କ ସ୍ଥିତ ଆଶ୍ରମ ସ୍କୁଲ୍ ଠାରେ ସାମ୍ବିଧାନିକ ଦିଵସ ଉପଲକ୍ଷେ ଓଡିଶାର ପ୍ରଥମ ଗୋଷ୍ଠୀ ଵେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଶିଶୁ ମାନଙ୍କୁ ନେଇ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅତିଥି ଭାବରେ ଗାନ୍ଧୀବାଦୀ ପ୍ରବକ୍ତା ତଥା ଲୋକଵିକାଶ ଅନୁଷ୍ଠାନର ସଂପାଦକ ଶେଖ୍ ଅବଦୁଲ ସଫିକ୍, ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ, ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଋକ୍ମଣୀ ଦେଵୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ ଲତା ତ୍ରିପାଠୀ, ରେଡିଓ ନମସ୍କାରର ଅଧ୍ୟକ୍ଷ ତଥା ଜାତୀୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏନ ଏ ଶାହା ଅନସାରୀ , ସମାଜସେବୀ ରାମକୃଷ୍ଣ ମହାନ୍ତି, ଶିକ୍ଷୟତ୍ରୀ ସୁଜାତା ସିହ୍ନା, ଶିକ୍ଷୟତ୍ରୀ ବନ୍ଦନା ମିଶ୍ର ଓ ସବିତା ପ୍ରଧାନ ପ୍ରମୁଖ ଯୋଗଦେଇ ସମ୍ଵିଧାନ ଦିବସ ସମ୍ବଧରେ ଆଲୋକପାତ କରିଥିଲେ। ଏହି ଅବସରରେ ସମ୍ବିଧାନ କେବେ, ଏହାର ବିଭିନ୍ନ ଧାରା, ଉପଧାରା ଓ କାର୍ୟାବଳୀ ସମ୍ଵଧରେ ଵିଶଦ ଭାବରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କର ଅଞ୍ଚଳର ଵିଭିନ୍ନ ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମ୍ବିଧାନ ଦିଵସ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ,ଵିଵେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଆଶ୍ରମ ସ୍କୁଲ୍ ର ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏହି କାର୍ୟ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଇଶାନ ନାୟକ ପ୍ରଥମ, ପେମା ଵେଶ୍ରା ଦ୍ଵିତୀୟ, ଓ ଚିନ୍ମୟ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ଓ ମାନପତ୍ର ଗ୍ରହଣ କରିଥିଲେ। ଏତାଦୃଶ୍ୟ ପ୍ରୟାସ ଦ୍ବାରା ଶିଶୁ ମାନେ ସ୍ଵାଧିନ ଭାବରେ ନିଜର ମତ ପ୍ରକାଶ କରିବାର ସୁଯୋଗ ପାଇବା ସହ ଆଗାମୀ ଦିନରେ ଦେଶ ଗଠନ ରେ ପ୍ରମୁଖ ଭୂମିକା ନିର୍ବାହ କରିବାରେ ସହାୟକ ହେବ ବୋଲି ରେଡିଓ ନମସ୍କାର ର ଅଧ୍ୟକ୍ଷ ଏନ ଏ ଶାହା ଅନସାରୀ ମତବ୍ୟକ୍ତ କରିଥିଲେ। ଏହି କାର୍ୟ୍ୟକ୍ରମ କୁ ରେଡିଓ ନମସ୍କାର ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରୋଜାଲିନୀ ପ୍ରଧାନ, କେନ୍ଦ୍ର ସଂଯୋଜିକା ଏସ କାଜଲ, ସୁଜିତ କୁମାର ଵେହେରା, ଟିକିନା ରାଉତ, ଭଗବାନ ଜେନା ଓ ଧନେଶ୍ଵର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories