www.samajalive.in
Monday, December 15, 2025
16.1 C
Bhubaneswar

କୁକୁର କାମୁଡା ପରେ ଯୁବକ ଜଳାନ୍ତକ ରୋଗରେ ଆକ୍ରାନ୍ତ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ ଉଦୟପୁର ଗ୍ରାମର ରମେଶ ବେଉରାଙ୍କ ପୁଅ ରାଜୁ ବେଉରା(୨୧) ଜଳାନ୍ତକ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାଜୁଙ୍କୁ ଏକ ବୁଲା କୁକୁର ଗତ ପ୍ରାୟ ୬ମାସ ପୂର୍ବରୁ କାମୁଡିଥିବା ଏବଂ କୁକୁର କାମୁଡା ପରେ ସେ ଚିକିତ୍ସା କରାଇନଥିବା ଓ ଇଞ୍ଜେକସନ ନେଇନଥିବାରୁ ତାଙ୍କୁ ଏହି ରୋଗ ହୋଇଥିବା ଜଣାପଡିଛି । ତାଙ୍କର ଅଜବ ବ୍ୟବହାର ବିଶେଷକରି କୁକୁର ଭଳି ଭୁକିବା ସହିତ ଆଚରଣ କରିବା ଏବଂ କେତେବେଳେ କାନ୍ଦୁଛନ୍ତି ତ କେତେବେଳେ ହସୁଛନ୍ତି । ଏହା ଦେଖି ଚିନ୍ତାରେ ଥିବା ପରିବାର ଲୋକ ତାଙ୍କୁ ଆଠଗଡ ଡାକ୍ତରଖାନାରେ ଗତ ମଙ୍ଗଳବାର ଭର୍ତ୍ତି କରିଥିଲେ । ତେବେ ତାଙ୍କର ରୋଗ ସଂପର୍କରେ ଜାଣିବା ପାଇଁ ଅଧିକ ପରୀକ୍ଷା କରିବା ସହିତ ନିଦାନ ଓ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କୁକୁର କାମୁଡିବା ଘଟଣାକୁ ହାଲକା ଭାବେ ନେଇ ସେହି ସମୟରେ ଆବଶ୍ୟକୀୟ ଚିକିତ୍ସା ଓ ଇଞ୍ଜେକସନ ନ ନେବାରୁ ଏପରି ସମସ୍ୟା ତାଙ୍କ ପାଖରେ ଦେଖିବାକୁ ମିଳୁଛି ବୋଲି ଡାକ୍ତର ମତପ୍ରକାଶ କରିଛନ୍ତି ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories