www.samajalive.in
Sunday, December 7, 2025
26.1 C
Bhubaneswar

ମୁଣ୍ଡ ଉପରେ ରବି ଚାଷ ; ଓସ୍ତାଳି ଡେମରେ ଆସୁନି ପାଣି

ବଲାଙ୍ଗିର : ଚାଷୀଙ୍କ ଜମି ପାଖରେ ରହିଛି ଡେମ। ହେଲେ ସେମାନଙ୍କୁ ପାଣି ମିଳୁନାହିଁ। ଆଗକୁ ରବି ଚାଷ। ଜମିକୁ ପାଣି ଆସୁନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ କରାଯାଇ ପାରୁନାହିଁ। ଚାଷୀମାନେ ଦୀର୍ଘ ଦିନ ଧରି ଦାବି କରିଥିଲେ ହେଁ ତାହା କେହି ଶୁଣି ନାହାନ୍ତି। ଆଉ ଦିନେ ଦୁଇ ଦିନ ମଧ୍ୟରେ ଜମିକୁ ପାଣି ନପହଞ୍ଚିଲେ ଚାଷ କାର୍ଯ୍ୟ ମାଡ ଖାଇଯିବ। ବ୍ୟବସ୍ଥା ଭିତରେ ହନ୍ତସନ୍ତ ହେଉଥିବା ଚାଷୀ ଶେଷରେ ବେଲପଡ଼ା ବ୍ଲକରୁ ଆସି ବଲାଙ୍ଗିର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ନଥିବାରୁ ଅତିରିକ୍ତ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଚାଷୀ ଧାରଣା ଦେଇଛନ୍ତି।

ବଲାଙ୍ଗିର ଜିଲା ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ। ଏହି ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଓସ୍ତାଳି ଡେମ ରହିଛି। ୧୯୯୯ ମସିହାରୁ ଉଭୟ ଖରିଫ ଓ ରବି ଚାଷ ପାଇଁ କେନାଲ ଯୋଗେ ପାଣି ଯୋଗାଇ ଦିଆଯାଏ। ପ୍ରାୟ ହଜାରେ ହେକ୍ଟର ଚାଷ ଜମି ଓ ଶହ ଶହ ଚାଷୀ ପାଣି ପାଇଁ ଚାଷ କରୁଥିଲେ। କିନ୍ତୁ ଗତ ବର୍ଷ ଠାରୁ ଡାହାଣ ପାର୍ଶ୍ବରେ ଥିବା କେନାଲରେ ଅନେକ ସମସ୍ୟା । କ୍ଷତିପୂରଣ ପାଉ ନଥିବା ଦର୍ଶାଇ ଦୁଇ ଜଣ ଚାଷୀ କେନାଲ ମଝିରୁ ପାଣି ଅଟକାଇ ରଖିଛନ୍ତି। ସେମାନେ ହେଲେ ତୁଲାରାମ ଭୁଏ ଓ ମାଲି ଭୁଏ। ଯେଉଁଥିପାଇଁ ଡାହାଣ ପାର୍ଶ୍ବ କେନାଲ ସମ୍ପୁର୍ଣ୍ଣ ଭାବେ ଅଚଳ ହୋଇଛି। ତେବେ ପ୍ରଶାସନର ଅବହେଲା ଯୋଗୁଁ ଚାଷୀ ଧୁମାଭଟା ପଞ୍ଚାୟତର ଚାଷୀ କାହିଁକି ଅସୁବିଧାର ସମ୍ମୁଖୀନ ହେବେ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀ ପ୍ରଶ୍ନ ଉଠାଇଛନ୍ତି। ଏହି ସମସ୍ୟାର ୪୮ ଘଣ୍ଟା ଭିତରେ ସମାଧାନ କରାଯାଉ ନ ହେଲେ ଚାଷୀମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ଯେ, କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି କୋଶଲବାଦୀ ଯୁବ ନେତା ଅଚ୍ୟୁତ ସିପୁନ ଖମାରୀ ଚେତାବନୀ ଦେଇଛନ୍ତି। ଏହା ସହ ଓସ୍ତାଳି ଡେମର ମୁଖ୍ୟ କେନାଲ ଗେଟ୍ ରେ ପାଣି ଲିକେଜ୍ ହେଉଥିବାରୁ ତାହା ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି। ଆଜି ଅନ୍ୟମାନଙ୍କ ମଧ୍ୟରେ ଲଲିତ ମୋହନ ରାଉତ, କୁମାର ସାହୁ, ଲାଲମୋହନ ବୁଡେକ, ଡଙ୍ଗର ରାଉତ, ହାଡୁ ବୁଡେକ, ଦୁଃଖୀଶ୍ୟାମ ବୁଡେକ, ରବିନ୍ଦ୍ର ଦଣ୍ଡସେନା, ବୃନ୍ଦାବନ ରାଉତ, କୃଷ୍ଣଚନ୍ଦ୍ର ରାଉତ, ବାଲି ରାଉତ, ଗିରିଧାରୀ ସାହୁ, ବନମାଳୀ ନାଏକ, ରାମେଶ୍ୱର ବରିହା, ପ୍ରେମାନନ୍ଦ ବୁଡେକ, ସତ୍ୟ ବୁଡେକ, ହିମାଂଶୁ ବୁଡେକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ। ପରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଘଟଣାକୁ ଗୁରୁତ୍ୱର ସହ ନେଇ ଆଲୋଚନା କରିଥିବା ବେଳେ ସମାଧାନର ସୂତ୍ର ବାହାରି ପାରିନଥିବା ଜଣାପଡିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories