www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ମଧ୍ୟ ଇଡି ଜେରାର ସମ୍ମୁଖୀନ ହେବେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହେଉଛନ୍ତି। ଏହି ମାମଲାରେ ଶନିବାର ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃତୀୟ ଥର ପାଇଁ ଜେରା କରାଯିବ। ପ୍ରବର୍ତ୍ତନ ନିଦଦେଶାଳୟ ସୂଚନା ଅନୁସାରେ ରବର୍ଟ ଭଦ୍ରା ଜେରାରେ ସହଯୋଗ କରୁନାହାନ୍ତି ତେଣୁ ତାଙ୍କୁ ସମନ କରାଯାଉଛି।
ସୂଚନା ଅନୁସାରେ ପୂର୍ବରୁ କରାଯାଇଥିବା ଜେରାରେ ଲଣ୍ଡନରେ ନିଜର କୌଣସି ସମ୍ପତ୍ତି ନଥିବା ଭଦ୍ରା କହିଛନ୍ତି। ଏହି ମାମଲାରେ ବିଦେଶରେ ୧୯ ଲକ୍ଷ ପାଉଣ୍ଡ ସମ୍ପତ୍ତି କିଣାବିକା ହୋଇଥିବା ଅଭିଯୋଗ ହେଉଛି। ରବର୍ଟ ଭଦ୍ରାଙ୍କ ସହଯୋଗୀ ମନୋଜ ଅରୋଡା ନାମ ମଧ୍ୟ ଏହି ମାମଲାରେ ସାମ୍ନାକୁ ଆସୁଛି। ଫଳରେ ମନୋଜଙ୍କ ନାମରେ ମଧ୍ୟ ବେଆଇନ ଅର୍ଥ କାରବାର ମାମଲା ଦାୟର କରାଯାଇଛି। ଗୁରୁବାର ଜେରା ସମୟରେ ରବର୍ଟ ଭଦ୍ରାଙ୍କ ସହ ତାଙ୍କ ଓକିଲ ସାଙ୍ଗରେ ରହିଥିଲେ।
ୟୁପିଏ୍‍ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ବିଦେଶରେ ବେଆଇନ ସମ୍ପତ୍ତି ରଖିବା ସମ୍ପର୍କିତ ମାମଲାରେ ବୁଧବାର ଇଡ଼ି ସମ୍ମୁଖରେ ହାଜର ହୋଇଥିଲେ। ଦିନ ୩ଟା ୪୭ ମିନିଟରେ ଭଦ୍ରା ଇଡ଼ି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ଓକିଲଙ୍କ ତାଙ୍କ ଏକ ଦଳ ସେଠାରେ ପହଞ୍ଚି ସାରିଥିଲା। ପ୍ରଥମ ଥର ରବର୍ଟ ଭାଦ୍ରା କୌଣସି ଏକ ତଦନ୍ତ ସଂସ୍ଥା ସମ୍ମୁଖରେ ହାଜର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଗରୁ ଭଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ। ରାଜନୈତିକ ଆକ୍ରୋଶରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଥିବା ସେ କହିଥିଲେ। ଦିଲ୍ଲୀର ଏକ ଅଦାଲତ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ ଅଗ୍ରୀମ ଜାମିନ୍‍ ପ୍ରଦାନ କରିଥିଲେ। ଏବେ ସେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories