www.samajalive.in
Friday, December 5, 2025
27.1 C
Bhubaneswar

ବହୁଶୀଘ୍ର ସରକାରୀ ବାସଭବନ ଖାଲି କରିବି : ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଦଶରଥ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ କହିଛନ୍ତି। ତେଜସ୍ୱୀ ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିଆଯାଇଥିବା ଏହି ସରକାରୀ ବାସଭବନକୁ ଗତ ଦେଢ ବର୍ଷ ଧରି ବିବାଦ ଲାଗିରହିଥିଲା। ଏହି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ସରକାର ବାସଭବନ ଖାଲି କରିବା ସହ ଅର୍ଥ ଭରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଜସ୍ୱୀ ଯାଦବଙ୍କ କହିବା ଅନୁସାରେ ଆମ ପରିବାର ସୁପ୍ରିମକୋର୍ଟଙ୍କ ରାୟକୁ ସବୁବେଳେ ସମ୍ମାନ ଦେଇଆସିଛି। ତେଣୁ ଏହି ରାୟକୁ ମଧ୍ୟ ସମ୍ମାନ ଦିଆଯିବ।
ସୂଚନାଯୋଗ୍ୟ ଯେ, ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ସରକାର ଗଠନ କରିବା ପରେ ତେଜସ୍ୱୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା। କିନ୍ତୁ ୨୦୧୭ରେ ମହାମେଣ୍ଟ ଭାଙ୍ଗିବା ପରେ ନିତିଶ କୁମାର ସରକାର ତେଜସ୍ୱୀଙ୍କୁ ଏହି ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ସହ ବିରୋଧୀ ଦଳ ନେତା ହିସାବରେ ପୋଲୋ ରୋଡ ସ୍ଥିତ ଏକ ସରକାରୀ ବାସଭବନ ଆବଣ୍ଟନ କରାଯାଇଥିଲା।
ଏ ନେଇ ତେଜସ୍ୱୀ ଯାଦବ ପାଟନା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ପ୍ରଥମେ ହାଇକୋର୍ଟ ଏକକ ଖଣ୍ଡପୀଠ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ତେଜସ୍ୱୀ ପୁଣିଥରେ ଦୁଇ ଜଣିଆ ଖଣ୍ଡପୀଠ ନିକଟରେ ମାମଲା ଦାୟର କରିଥିଲେ। କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା। ପରେ ତେଜସ୍ୱୀ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଶୁକ୍ରବାର ଏ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏହାର ଶୁଣାଣି କରି ଘର ଖାଲି କରିବା ସହ ୫୦ହଜାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories