www.samajalive.in
Saturday, December 6, 2025
19.1 C
Bhubaneswar

ବିପଦପୁର୍ଣ୍ଣ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ଯାତ୍ରା

ସମ୍ବଲପୁର : ସାରା ପୃଥିବୀରେ ଯେ କୌଣସି ଦେଶ ହେଉ ନା କାହିିଁକି ସେହି ଦେଶର ଛାତ୍ରଛାତ୍ରୀ ହେଉଛନ୍ତି ସେହି ଦେଶର ଭବିଷ୍ୟତ। ମଣିଷର ଜୀବନ ଓ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ତାଲିମ ଦେବା ନିତାନ୍ତ ଆବଶ୍ୟକ। ଏଣୁ ପ୍ରତି ଦେଶର ସରକାର ମାନେ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀ ମାନଙ୍କର ସ୍କୁଲ ଯିବା ଆସିବା ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଥାନ୍ତି। ଏହି ସହିତ ବିଭିନ୍ନ ସଚେତନାମୁଳକ କାର୍ଯ୍ୟକ୍ରମ ଜାତୀୟ, ରାଜ୍ୟ ତଥା ସ୍ଥାନୀୟ ସ୍ତରରେ ମଧ୍ୟ କରାଯାଇଥାଏ। କିନ୍ତୁ ପ୍ରଶାସନ ନିଜେ ସଚେତନା ପାଇଁ କାର୍ଯ୍ୟକ୍ରମ କରୁଥିଲେ ସୁଦ୍ଧା ନିଜେ କେବେ ବି ସଚେତନ ହେଉ ନ ଥିବାରୁ ଆମ ଦେଶରେ ସେହି ନିୟମ ଗୁଡିକ କେବଳ କାଗଜରେ ସୀମିତ ରହୁଛି। ଏଣୁ ପ୍ରତ୍ୟେକ ଦିନ ବିପଜ୍ଜନକ ଭାବରେ ଜୀବନକୁ ବାଜି ଲଗାଇ ସ୍କୁଲକୁ ଯାତାୟାତ କରିବା ପାଇଁ ବାଧ୍ୟ ହୋଇଥାନ୍ତି। ସମ୍ବଲପୁର ମହାନଗର ଅଞ୍ଚଳରେ ମାଳ ମାଳ ଘରୋଇ ସ୍କୁଲ ମାନଙ୍କ ସହିତ ସରକାରୀ ସ୍କୁଲ ମାନ ରହିଛି। ଅନେକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲକୁ ଯିବା ଅସିବା ପାଇଁ ନିଜସ୍ୱ ପରିବହନ ବ୍ୟବସ୍ଥା ନାହିିଁ। ଏଣୁ ଅଭିଭାବକ ମାନେ ବାଧ୍ୟ ହୋଇ ଘରୋଇ ପରିବହନ ଯଥା ଅଟୋ କିମ୍ବା ଭ୍ୟାନ ଗୁଡିକ ଉପରେ ନିର୍ଭର କରିଥାନ୍ତି। ଅଧିକ ପିଲା ମାନେ ଅଧିକ ଲାଭ। ଏଣୁ ଘରୋଇ ଅଟୋ ଓ ଭ୍ୟାନ ମାଲିକ ମାନେ କ୍ଷମତା ଠାରୁ ଅଧିକ ପିଲାଙ୍କୁ ବୋହିଥାନ୍ତି। ବହୁ ଅଭିଭାବକ ୧୫ ବର୍ଷରୁ କମ ଛାତ୍ରଛାତ୍ରୀ ମାନଙ୍କୁ ବିନା ହେଲମେଟ ଓ ଲାଇସେନ୍ସରେ ବାଇକ ଓ ସ୍କୁଟର ଚଳାଇ ସ୍କୁଲକୁ ଯାତାୟାତ କରିବା ପାଇଁ ମଧ୍ୟ ଦେଇଥାନ୍ତି। ତେଲ ଖର୍ଚ୍ଚ ବଞ୍ଚାଇବା ପାଇଁ ଗୋଟିଏ ବାଇକ କିମ୍ବା ସ୍କୁଟରରେ ତିନି ଜଣ ଲେଖାଏଁ ବସି ଯିବା ଆସିବା କରିଥାନ୍ତି ଯାହାକି ଟ୍ରାଫିକ ନିୟମ ର ଉଲ୍ଲଙ୍ଘନ ଏବଂ ନିୟମ ବିରୁଦ୍ଧ ଅଟେ। ପ୍ରତି ଦିନ ପ୍ରାତଃ କାଳରୁ ଏହି ନିୟମ ଉଲ୍ଲଙ୍ଘନ ଆରମ୍ଭ ହୋଇ ଯାଉଥିବା ବେଳେ ପ୍ରଶାସନ କୌଣସି ଦୁର୍ଘଟଣା ହେବା ପର୍ଯ୍ୟନ୍ତ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଥାଏ। ଯାହାକି ଦୁର୍ଘଟଣାର କାରଣ ସାଜିଥାଏ।

ପ୍ରତି ବର୍ଷ ଫେବୃଆରୀ ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଏହି ସପ୍ତାହ ସମ୍ବଲପୁର ସହରରେ ଜୋରସୋରରେ ପାଳନ କରାଯାଉଛି। ପ୍ରତି ଦିନ କିଛି ନ କିଛି ଜନସଚେତନତା କାର୍ଯ୍ୟକ୍ରମ ସହିତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଲି ମଧ୍ୟ ଆୟୋଜନ କରାଯାଉଛି। ଏହି ଅବସରରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ମାନଙ୍କୁ ସଚେତନ କରିବା ସହିତ ବାଲିବନ୍ଧା ଠାରେ ରହିଥିବା ଟ୍ରାଫିକ ପାର୍କ ବୁଲାଇ ସେମାନଙ୍କୁ ଟ୍ରାଫିକ ନିୟମ ସର୍ମ୍ପକରେ ବୁଝାଯାଉଛି। କିନ୍ତୁ ଦୁଃଖର ବିଷୟ ଯେ, ସବୁ ଦିନ ସକାଳୁ ଅଟୋ ହେଉ କି ଭ୍ୟାନ ମାନଙ୍କରେ ବସ୍ତା ଲଦି ହେଲା ଭଳି ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନିଆଅଣା ଆରମ୍ଭ ହେଉଥିବା ବେଳେ ସଡକ ସୁରକ୍ଷା ସପ୍ତାହ ପାଳନରେ ବ୍ୟସ୍ତ ପ୍ରଶାସନ କୁ ଏହା ଏ ପର୍ଯ୍ୟନ୍ତ ଦେଖାଯାଉ ନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories