ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ଏବଂ ଏହାକୁ ଆପ୍ ମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର ଏକ କୋର୍ଟ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି। ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ର ଅପରାଧ ଶାଖା ସୋମବାର ରାତିରେ ଗିରଫ କରିଥିଲା। ଗତକାଲି ତାଙ୍କୁ କୋର୍ଟରେ ହାଜର କଲା ବେଳେ ପୁଲିସ ଅଧିକ ଦିନ ହେପାଜତକୁ ନେବାକୁ ଯୁକ୍ତି ଉପସ୍ଥାପନ କରିଥିଲା। ପୁଲିସ କୋର୍ଟକୁ ଜଣାଇଥିଲା ଯେ ୪୫ ବର୍ଷୀୟ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ଓ ସେଗୁଡ଼ିକୁ ବିକ୍ରି କରି ଅର୍ଥନୈତିକ ଫାଇଦା ପାଇଛନ୍ତି।
ପୁଲିସ କହିଛି ରାଜ କୁନ୍ଦ୍ରାଙ୍କ ମୋବାଇଲ ଜବତ କରାଯାଇଛି ଏବଂ ସେଥିରେ ଥିବା ତଥ୍ୟକୁ ଯାଞ୍ଚ କରାଯାଉଛି। ଏହାଛଡ଼ା ଏହି ମାମଲାରେ ରିୟାନ୍ ଥ୍ରୋପେ ନାମକ ଆଉଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍ କୋର୍ଟରେ ହାଜର କରାଇଥିଲା। ତାଙ୍କୁ ମଧ୍ୟ କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି।



