www.samajalive.in
Saturday, December 13, 2025
17.1 C
Bhubaneswar

ଆଜି ପାଳିତ ହେଉଛି ଇଦ୍‍ ଅଲ ଆଧା; ସଦ୍‍ଭାବର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ଦେଶରେ ଇଦ୍‍ ଅଲ ଆଧା ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମୁସଲମାନ ସମୁଦାୟଙ୍କ ନିମନ୍ତେ ସଦ୍‍ଭାବର ବାର୍ତ୍ତା ପଠାଇଛନ୍ତି। କୋଭିଡ ମହାମାରୀ କାରଣରୁ ଜାମା ମସଜିଦ ପରିସରରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଛି। ତେବେ ଜାମା ମସଜିଦର ଶାହି ଇମାମ୍‍ ଅବଦୁଲ ଗଫୁର ଶାହ ବୁଖାରୀ ମୁସଲମାନ ସମୁଦାୟଙ୍କୁ ନିଜ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆମ ନିଜର ଏବଂ ପରିବାରର ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ କୋଭିଡ ନିୟମାବଳୀ ମାନିବାକୁ ପଡିବ। ସେଥିପାଇଁ ୧୫ରୁ ୨୦ ଜଣ ଶ୍ରଦ୍ଧାଳୁଙ୍କୁ ଜାମା ମସଜିଦରେ ନମାଜ ପାଠ ପାଇଁ ଅନୁମତି ଦିଆଯାଇଛି।

ଦିଲ୍ଲୀ ପୁଲିସର କେନ୍ଦ୍ରାଞ୍ଚଳ ଜିଲା ଡିସିପି ଜଶମିତ ସିଂହ କହିଛନ୍ତି ଯେ ଜନସାଧାରଣ ପୁଲିସ ସହିତ ସହଯୋଗ କରୁଛନ୍ତି ଏବଂ କୋଭିଡ ନିୟମାବଳୀକୁ ପାଳନ କରୁଛନ୍ତି। ଅନ୍ୟତା ଜାମା ମସଜିଦ ଏକ ଜନଗହଳି ଅଞ୍ଚଳ। ଇମାମ ମଧ୍ୟ ନିଜ ଘରେ ଜନସାଧାରଣଙ୍କୁ ନମାଜ ପଢିବାକୁ ନିବେଦନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ମୁସଲମାନ ଭାଇ ଭଉଣୀଙ୍କୁ ସଦିଚ୍ଛା ଜଣାଇବା ସହିତ ସେମାନଙ୍କୁ ସଦ୍‍ଭାବର ବାର୍ତ୍ତା ପଠାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍‍ କରି ଇଦ୍‍ ଅଲ ଆଧା ଉପଲକ୍ଷେ ସଦିଚ୍ଛା ଜଣାଇଛନ୍ତି। ଏଥିସହିତ ସମସ୍ତେ କୋଭିଡ ନିୟମାବଳୀ ପାଳନ କରି ସମସ୍ତଙ୍କ ପାଇଁ ଖୁସି ଆଣିଦେବା ନିମନ୍ତେ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡୁ ମଧ୍ୟ ମୁସଲମାନ ଭାଇ ଭଉଣୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories