www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ ସଂକ୍ରମଣ ରୋକିବାରେ ବିଶ୍ୱ ବିଫଳ ହେଉଛି- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: କୋଭିଡ ମହାମାରୀ ବ୍ୟାପିବା ଦିନଠାରୁ ବିଶ୍ୱବାସୀ ପ୍ରତିଥର କେଉଁଠି ନା କେଉଁଠି ଆଶାର କିରଣ ଦେଖିବା ଆଶା ରଖୁଥିବାବେଳେ କରୋନାର କଳା ବାଦଲ ବିଶ୍ୱବାସୀଙ୍କ ଉପରୁ ହଟିବାର ନାଁ ଧରୁନାହିଁ। ଏହା ପୁନର୍ବାର ବିଜୁଳି ବେଗରେ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଦେଶ ଏବେ ଏହାର କବଳିତ ହେବା ଆରମ୍ଭ କରିଛି। କୋଭିଡ ସଂକ୍ରମଣକୁ ରୋକିବାରେ ବିଶ୍ୱ ବସ୍ତୁତଃ ବିଫଳ ହେଉଛି ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁଖ୍ୟ ଟେଡ୍ରସ ଆଧାନୋମ ଘେବ୍ରିୟେସସ୍‍।

 

- Advertisement -

ସେ କହିଛନ୍ତି ଯେ ଆର୍ଥିକ ଚାପ ଏବଂ ବିଶ୍ୱସ୍ତରରେ ସଂପର୍କକୁ ଦୃଷ୍ଟିରେ ରଖି ଅନେକ ରାଷ୍ଟ୍ର ଜନସାଧାରଣ ଯାତାୟତ ଉପରେ ଲାଗୁ କରିଥିବା କଟକଣା କୋହଳ କରିବାକୁ ବାଧ୍ୟ ହେଉଛନ୍ତି। ସେମାନେ ମୁଖ୍ୟତଃ ଟିକା ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ନିର୍ଭର କରୁଛନ୍ତି। ତେବେ ଏସବୁ ମଧ୍ୟରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡିକ ମଧ୍ୟ ସାର୍ସ-ସିଓଭି-୨ ଭୂତାଣୁ ସଂକ୍ରମଣକୁ ରୋକିବାରେ ଅସମର୍ଥ ହେଉଛନ୍ତି। କାରଣ ଏହା ଦିନକୁ ଦିନ ନିଜର ପ୍ରକରଣ ଦ୍ରୁତଗତିରେ ବଦଳାଇବାରେ ଲାଗିଛି ଏବଂ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ନିର୍ବାଚନ, ବାଣିଜ୍ୟ ବ୍ୟବସାୟ, କ୍ରୀଡା କାର୍ଯ୍ୟକ୍ରମ, ଧାର୍ମିକ ଉତ୍ସବ ଆଦି କୋଭିଡ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ ଭାବରେ ପ୍ରତିପାଦିତ ହୋଇଛି। ତଥାପି ମହାମାରୀ ପରିଚାଳନା କ୍ଷେତ୍ରରେ ଏସବୁକୁ ଆମେ ଅଣଦେଖା କରିଚାଲିଛୁ ଏବଂ କଟକଣାକୁ ପୂର୍ଣ୍ଣ ଭାବରେ ପାଳନ କରୁନାହୁଁ। ବର୍ତ୍ତମାନ କରୋନା ଭୂତାଣୁ ଏତେ ରୂପ ନେଇସାରିଛି ଯେ ସଂପୂର୍ଣ୍ଣ ଭାବରେ ଟିକା ନେଇସାରିଥିବା ବ୍ୟକ୍ତିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଏଥିସହିତ ବିଶ୍ୱ ସମୁଦାୟଙ୍କୁ ଏହି କ୍ଷୁଦ୍ରାତିକ୍ଷୁଦ୍ର ଅଥବ ସବୁଠାରୁ ଘାତକ ଶତ୍ରୁକୁ ପରାସ୍ତ କରିବା ଦିଗରେ ସମସ୍ତ ପଦକ୍ଷେପ ନେବାକୁ ପୁନର୍ବାର ନିବେଦନ କରିଛନ୍ତି।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି, ମହାମାରୀ ଏକ ପରୀକ୍ଷା ଭାବରେ ଉଭା ହୋଇଛି, ଯେଉଁଥିରେ ବିଶ୍ୱ ବିଫଳ ହେବାରେ ଲାଗିଛି। ଇତିମଧ୍ୟରେ ୪ ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ଏବଂ ପ୍ରତିଦିନ ଲୋକ ଏଥିରେ ମରୁଛନ୍ତି। ଏହା ସମସ୍ତ ରାଷ୍ଟ୍ରରୁ ବିଲୋପ ନହେବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଲୋପ ହୋଇଛି ଅଥବା ବିଶ୍ୱ ଏଥିରୁ ସୁରକ୍ଷିତ ବୋଲି କୁହାଯାଇପାରିବ ନାହିଁ। ଭାରତ, ଆମେରିକା, ଜର୍ମାନୀ ଭଳି ରାଷ୍ଟ୍ର ରେକର୍ଡ ପରିମାଣରେ ଟିକା ଉତ୍ପାଦନ କରୁଥିବାବେଳେ ଅନେକ ରାଷ୍ଟ୍ର ଆଜି ମଧ୍ୟ ଟିକାରୁ ବଂଚିତ ହୋଇଛନ୍ତି। ସବୁ ସୁବିଧା ଥିବା ରାଷ୍ଟ୍ରଗୁଡିକ କଟକଣା କୋହଳ କରୁଛନ୍ତି ଏବଂ ସୁବିଧା ନଥିବା ରାଷ୍ଟ୍ର ତାଲାବନ୍ଦ କରୁଛନ୍ତି। ମାତ୍ର ୧୦ଟି ରାଷ୍ଟ୍ରରେ ବିଶ୍ୱର ୭୫% ଟିକାଦାନ କରାଯାଇସାରିଛି। ସେଥିପାଇଁ ଏହି ମହାମାରୀକୁ ରୋକିବା ସମ୍ଭବ ହେଉନାହିଁ।

 

ଇତିମଧ୍ୟରେ ଫ୍ରାନ୍ସରେ କୋଭିଡର ଚତୁର୍ଥ ଲହର ଆରମ୍ଭ ହୋଇଛି ଏବଂ ଦେଶରେ ଏହା ବିଜୁଳି ବେଗରେ ବ୍ୟାପିବାରେ ଲାଗିଛି। ସେଥିପାଇଁ ଫ୍ରାନ୍ସ ସରକାର ଦେଶରେ କଡା ନିୟମ ଓ କଟକଣା ଜାରି କରିଛନ୍ତି। ସେଠାରେ ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ଫ୍ରାନ୍ସ ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଆଟ୍ଟାଲ କହିଛନ୍ତି। ସେହିଭଳି ଜର୍ମାନୀରେ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି। ସଂପ୍ରତି ସେଠାରେ ପ୍ରତି ୧ ଲକ୍ଷ ଲୋକରେ ୧୦.୯ ଜଣ ସଂକ୍ରମିତ ହେଉଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories