www.samajalive.in
Monday, December 15, 2025
26.1 C
Bhubaneswar

ଜାପାନ ଉପରେ ପରମାଣୁ ବୋମା ପକାଇବାକୁ ଚାଇନାର ଧମକ

ବେଜିଂ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭୌଗୋଳି-ରାଜନୈତିକ ଉତ୍ତେଜନା ଲାଗି ରହିଥିବାବେଳେ ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି) ଜାପାନ ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି । ଏପରିକି ଏହା ପୂର୍ଣ୍ଣ ଯୁଦ୍ଧ କରିବାକୁ ମଧ୍ୟ ଚେତାବନୀ ଦେଇଛି । ଜାପାନ ଯଦି ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କରେ ତେବେ ଚାଇନାର ସାମରିକ ବାହିନୀ ଜାପାନ ବିରୁଦ୍ଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ କରିବେ ବୋଲି ଏହା କହିଛି । ଏକ ସରକାରୀ ଗଣମାଧ୍ୟମ ଚାନେଲରେ ପ୍ରସାରିତ ଭିଡିଓ ବାର୍ତ୍ତାରେ କୁହାଯାଇଛି ଯେ ଚାଇନା ପ୍ରଥମେ ପରମାଣୁ ବୋମା ବ୍ୟବହାର କରିବ ଏବଂ ଏହା ଲଗାତର କରିବ । ଜାପାନ ଦ୍ୱିତୀୟ ଥର ପାଇଁ ନିଃସର୍ତ୍ତ ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ପରମାଣୁ ବୋମା ମାଡ ଜାରି ରହିବ । ଅବଶ୍ୟ ପରବର୍ତ୍ତୀ ସମୟରେ ଚାଇନାର ସାମାଜିକ ଗଣମାଧ୍ୟମ ଜିଗୁଆରୁ ଏହି ଭିଡିଓ ବାର୍ତ୍ତାକୁ ହଟାଇ ଦିଆଯାଇଥିଲା ।
ଜଣାଯାଇଛି ଯେ ଜାପାନ ଅଧିକାରୀମାନେ ଦୁଇସପ୍ତାହ ତଳେ ତାଇୱାନର ସାର୍ବଭୌମତା ନେଇ ମତ ଦେବାପରେ ଚାଇନା ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି । ଜାପାନର ଉପ ପ୍ରଧାନମନ୍ତ୍ରୀ ତାରୋ ଆସୋ କହିଛନ୍ତି ଯେ ତାଇୱାନକୁ ଜାପାନ ସମର୍ଥନ କରିବ । ଅନ୍ୟପକ୍ଷରେ ତାଇୱାନ ଦୁଇ ଦଶନ୍ଧି ଧରି ପୃଥକ ଭାବରେ ଶାସିତ ହେଉଥିଲେ ମଧ୍ୟ ବେଜିଂ ତାଇୱାନ ଉପରେ ତାହାର ପୂର୍ଣ୍ଣ ଆଧିପତ୍ୟ ଜାହିର କରୁଛି । ତାଇୱାନ ଗଣତାନ୍ତ୍ରିକ ପଦ୍ଧତିରେ ଶାସିତ ହେଉଛି । ଏହା ଲଗାତର ଚାଇନର ଏଭଳି ଅନଧିକାର ବଳପ୍ରୟୋଗକୁ କଡା ବିରୋଧ କରିଆସୁଛି ଏବଂ ଆମେରିକା, ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ସହିତ ନିଜ ସଂପର୍କ ସୁଦୃଢ କରିବାରେ ଲାଗିଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories