www.samajalive.in
Tuesday, December 9, 2025
15.1 C
Bhubaneswar

ଜାମ୍ମୁ-କାଶ୍ମୀରର ନୂଆ ଡିଜିପି ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦେଶକ (ଡିଜିପି) ଭାବେ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସେ ଏହି କେନ୍ଦ୍ର ଶାସିତ ଅଞ୍ଚଳର ୧୭ତମ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର ଡିଜିପି ଥିବା ଦିଲ୍‌ବାଗ ସିଂହଙ୍କ ଠାରୁ ଶ୍ରୀ ସ୍ବାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୧ ବ୍ୟାଚ୍‌ ଏଜିଏମୟୁଟି କ୍ୟାଡର ଆଇପିଏସ୍ ଶ୍ରୀ ସ୍ବାଇଁ  ଜାମ୍ମୁ-କାଶ୍ମୀରରେ ୧୫ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ରାମବାନ, ପୁଞ୍ଚ ଓ ଲେହ ଜିଲାର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି।

କାର୍ଯ୍ୟଭାର ଗ୍ରହଣ କରିବା ପରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ସେ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟାବସ୍ଥାର ସମୀକ୍ଷା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories