www.samajalive.in
Saturday, December 13, 2025
18.1 C
Bhubaneswar

ପଞ୍ଚମ ଦା’ ଓ ଆଶା ଭୋସଲେଙ୍କ ସଙ୍ଗୀତମୟ ପ୍ରେମ କାହାଣୀ

ମୁମ୍ବଇ : ରାହୁଲ ଦେବ ବର୍ମନ ବା ଆରଡି ବର୍ମନ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବଦା ସ୍ମରଣୀୟ ହୋଇ ରହିବ। ଲୋକମାନେ ତାଙ୍କୁ ସ୍ନେହରେ ପଞ୍ଚମ ଦା’ ବୋଲି ଡାକୁଥିଲେ। ୬୦ ରୁ ୮୦ ଦଶକ ମଧ୍ୟରେ ଅନେକ ସୁପରହିଟ୍ ଗୀତ ରଚନା କରିଥିବା ଆରଡି ବର୍ମନ୍ ଆଜିର ଦିନରେ ଅର୍ଥାତ ୧୯୩୯ ମସିହା ଜୁନ୍ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଏବଂ ଆଶା ଭୋସଲେଙ୍କ ପ୍ରେମ କାହାଣୀ ମଧ୍ୟ ବେଶ ସଂଗୀତମୟ ଥିଲା।
ଆରଡି ବର୍ମନ ଏବଂ ଆଶା ଭୋସଲେଙ୍କ ମଧ୍ୟରେ ପ୍ରଥମେ ୧୯୫୬ରେ ସାକ୍ଷାତ ହୋଇଥିଲା। ସେତେବେଳକୁ ଆଶା ଭୋସଲେ ଇଣ୍ଡଷ୍ଟ୍ରିରେ ଏକ ଭଲ ପରିଚୟ ସୃଷ୍ଟି କରି ସାରିଥିଲେ। ଯେତେବେଳେ କି ଆରଡି ବର୍ମନ୍ ପ୍ରସିଦ୍ଧ ସଂଗୀତଜ୍ଞ ସଚିନ୍ ଦେବ ବର୍ମନଙ୍କ ପୁଅ ଭାବେ ଯୁବସୁଳଭ ବୟସରେ ମୁମ୍ବଇରେ ବେଶ ହସଖୁସିରେ ଜୀବନ ବିତାଉଥିଲେ। ପ୍ରାୟ ୧୦ ବର୍ଷ ପରେ, ସେହି ସୁଯୋଗ ଆସିଥିଲା ଯେତେବେଳେ ଆରଡି ବର୍ମନ୍ ‘ତିସରୀ ମଞ୍ଜିଲ୍’ ଚଳଚ୍ଚିତ୍ର ପାଇଁ ଆଶା ଭୋସଲେଙ୍କ ନିକଟକୁ ଯାଇଥିଲେ।

Image Source : Social Media

ସେତେବେଳକୁ ଉଭୟ ପଞ୍ଚମ ଦା’ ଏବଂ ଆଶା ଭୋସଲେଙ୍କର ପ୍ରଥମ ବିବାହ ସଂପର୍କ ଭାଙ୍ଗି ଯାଇଥିଲା। ପଞ୍ଚମ ଦା’ ତାଙ୍କର ପ୍ରଥମ ପତ୍ନୀ ରୀତା ପଟେଲଙ୍କଠାରୁ ଅଲଗା ହୋଇଥିଲେ। ସେ ରୀତା ପଟେଲଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ଘର ଛାଡି ଏକ ହୋଟେଲରେ ରହିବାକୁ ଯାଇଥିଲେ। ଆଶା ଭୋସଲେ ତାଙ୍କ ସ୍ୱାମୀ ଗଣପତ ରାଓ ଭୋସଲେଙ୍କ ଉପରେ ଆଦୌ ଖୁସି ନଥିଲେ। ପରେ ଏପରି ଏକ ଦିନ ଆସିଲା ଯେତେବେଳେ ଆଶା ଭୋସଲେ ତାଙ୍କ ପିଲାମାନଙ୍କ ସହିତ ତାଙ୍କ ଭଉଣୀଙ୍କ ଘରକୁ ଚାଲିଗଲେ।

- Advertisement -

ଏହି ସମୟରେ ଆଶା ଭୋସଲେ କ୍ରମାଗତ ଭାବରେ ପଞ୍ଚମ ଦା’ଙ୍କ ପାଇଁ ଗୀତ ଗାଉଥିଲେ। ଉଭୟଙ୍କ ଗୀତ ଶୁଣିବା ପରେ ଲାଗୁଥିଲା ଯେ ପଞ୍ଚାମଙ୍କ ସଙ୍ଗୀତ ଏବଂ ଆଶାଙ୍କ ମେଲୋଡି ସ୍ୱର ପରସ୍ପର ପାଇଁ ତିଆରି ହୋଇଛି। ବହୁ ବର୍ଷ ଧରି, ବିନା ଶବ୍ଦରେ ସେମାନଙ୍କ ସଂପର୍କର ଅନୁଭବ ସଙ୍ଗୀତ ଭଳି ନୀରବ ପ୍ରେମରେ ପ୍ରବାହିତ ହେଉଥିଲା। ସଙ୍ଗୀତ ସେମାନଙ୍କୁ ନିକଟତର କରୁଥିଲା। ଏହି ସମୟ ମଧ୍ୟରେ ଉଭୟ ଏକାଧିକ ସୁପରହିଟ୍ ଗୀତ ଭେଟି ଦେଇଥିଲେ। ସେମାନଙ୍କର ପ୍ରେମ ସଂପର୍କ ମଧ୍ୟ ବେଶ ନିବିଡ ହୋଇ ଡଠିଥିଲା। କିନ୍ତୁ ବିବାହ ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡିଲା।
ତେବେ ଆରଡି ବର୍ମନ ଏବଂ ଆଶା ଭୋସଲେଙ୍କ ବିବାହର ପଥ ଏତେ ସହଜ ନଥିଲା। ଆଶା ମଧ୍ୟ ବୟସରେ ତାଙ୍କ ଠାରୁ ବଡ ଥିଲେ ଯେଉଁଥିପାଇଁ ତାଙ୍କ ମା’ ଏହି ସମ୍ପର୍କକୁ ଦୃଢ ବିରୋଧ କରିଥିଲେ । ଯେତେବେଳେ ପଞ୍ଚମ ତାଙ୍କ ମା’ଙ୍କୁ ବିବାହ କରିବାକୁ ଅନୁମତି ମାଗିଥିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ।

ଫିଲ୍ମ କଳାକାରଙ୍କ ସହିତ ପଞ୍ଚମ ଦା’, Image Source : Social media

ବିବାହ ପାଇଁ ଆରଡି ବର୍ମନଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା। ପରେ ସେମାନେ ବିବାହ କରିଥିଲେ। କିନ୍ତୁ ପଞ୍ଚମ ଏବଂ ଆଶା ଭୋସଲେଙ୍କ ସଂଗୀତର ପ୍ରେମ କାହାଣୀ ଦୀର୍ଘ ଦିନ ତିଷ୍ଠି ପାରିଲା ନାହିଁ ଏବଂ ବିବାହର ମାତ୍ର ୧୪ ବର୍ଷ ପରେ ପଞ୍ଚମ ଦା’ ୫୪ ବର୍ଷ ବୟସରେ ଏହି ଦୁନିଆକୁ ଛାଡି ଚାଲିଗଲେ। ପଞ୍ଚମ ଚାଲିଯିବା ପରେ ଆଶା ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। ଅନେକ ବର୍ଷ ପରେ ସ୍ୱାଭାବିକ ଭାବେ ବଂଚିବାକୁ ଲାଗିଲେ, ହେଲେ ପରିବର୍ତ୍ତିତ ପରିସ୍ଥିତିରେ ବଲିଉଡ ସଂଙ୍ଗୀତ ଜଗତରେ ସେ ସେତେ ସକ୍ରିୟ ରହିପାରିଲେ ନାହିଁ।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories