www.samajalive.in
Sunday, December 14, 2025
16.1 C
Bhubaneswar

କରୋନା କଟକଣାକୁ ଫୁ. .ଶତାଧିକ ଲୋକଙ୍କ ସହ ବାହା ଭୋଜି ଖାଇଲେ ତହସିଲଦାର ଓ ବିଡିଓ

ଟିଟିଲାଗଡ଼ : କରୋନା ମହାମାରୀ ନେଇ ବିଶ୍ୱସ୍ତରରେ ଅନେକ ମୂଲ୍ୟବାନ ଜୀବନ ହାନୀ ସହ ବିଭୀଷିକା ଜାରି ରହିଛି । ଜୁନ, ଜୁଲାଇରେ ମହାମାରୀର ପ୍ରକୋପ ବୃଦ୍ଧି ଆଶଙ୍କା ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରିଛି । ଏନେଇ ମାର୍ଚ୍ଚ ୨୫ରୁ ଦେଶ ତଥା ରାଜ୍ୟରେ କଟକଣା ଅଦ୍ୟାବଧି ବଳବତ୍ତର ରହିଛି । ରାଜ୍ୟରେ ମହାମାରୀ ସଂକ୍ରମଣ ବୃଦ୍ଧି ନେଇ ସରକାର ଜୁନ ୩୦ ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିଛନ୍ତି । ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧାର୍ମିକ ସ୍ଥଳକୁ ପ୍ରବେଶ ନେଇ କଟକଣା ବଳବତ୍ତର ରହିଛି । ଓଡିଆ ଜାତିର ମହାନ ପବିତ୍ର ପର୍ବ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ରାଜ୍ୟ ସାରା ବାତିଲ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ବିନା ଅନୁଷ୍ଠିତ ହୋଇଛି । ମାସ୍କ ନପିନ୍ଧିଲେ, ସାମାଜିକ ଦୁରତ୍ୱ ପାଳନ ନହେଲେ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ କଡା ଜୋରିମାନା ବ୍ୟବସ୍ଥା ରହିଛି । ବିବାହ, ମୃତାହ ଆଦି କାର୍ଯ୍ୟରେ ଜନସମାଗମ ନେଇ କଟକଣା ରହିଛି। ୫୦ରୁ ଅଧିକ ଲୋକ ଠୁଳ ନହେବା ଆଦି ୮ଟି କଡା ସର୍ତ ସହ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତହସିଲଦାର ବିବାହ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରୁଛନ୍ତି ।

ଏପରିକ୍ଷେତ୍ରରେ ଗତକାଲି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଏକ ବ୍ଲକରେ ବିବାହ ଭୋଜିରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ ଯୋଗଦେବା ଆଲୋଚନାର ବିଷୟ ହୋଇଛି । ସୂଚନା ଯେ କୋଭିଡ-୧୯ ପରିଚାଳନା ତଥା କଟକଣା କ୍ରିୟାନ୍ୱୟନ କରିବାକୁ ଉପରୋକ୍ତ ତିନି ଅଧିକାରୀଙ୍କୁ ସରକାର ନାଲିବତି ଗାଡି ସହ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଭାବରେ କ୍ଷମତା ଅର୍ପଣ କରିଛନ୍ତି । ଏଭଳିସ୍ଥଳେ ତିନି ଭାରପ୍ରାପ୍ତ ମାଜିଷ୍ଟ୍ରେଟ ନିଜ କ୍ଷମତା, ଦାୟିତ୍ୱବୋଧ ତଥା କୋଭିଡ-୧୯ ଗାଇଡ ଲାଇନକୁ ଉଲଙ୍ଘନ କରିବା ସହ ବିବାହ ଭୋଜିରେ ଶତାଧିକ ଲୋକଙ୍କ ଗହଣରେ ବସି ମାଂସ ଭୋଜି ଖାଇବା ଦେଖଣାହାରୀଙ୍କୁ ସ୍ତମ୍ଭିଭୂତ କରିଥିଲା । ଗତ ଦୁଇ ଦିନ ତଳେ ସମ୍ପୃକ୍ତ ଅତିରିକ୍ତ ତହସିଲଦାର ମାସ୍କ ପିନ୍ଧି ନଥିବା ନେଇ ଲୋକଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଅସୁଲ କରୁଥିବା ଦେଖାଯାଇଥିଲା। ଏବେ ସର୍ବସମ୍ମୁଖରେ ସେ ନିଜେ କୋଭିଡ ଗାଇଡଲାଇନ ଉଲଙ୍ଘନ କରିବା ନେଇ ଆଗକୁ ସେ କିଭଳି ସରକାରୀ କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି

- Advertisement -

। ଅପରପକ୍ଷରେ ମାଂସ ଭୋଜି ଟିକକ ପାଇଁ ନିଜ ପକ୍ଷରୁ ଜାରି ବିବାହ ସଂକ୍ରାନ୍ତ ଅନୁମତି କଟକଣାକୁ ଫୁସ କରିଦେଇଥିବା ତହସିଲଦାର ମହାଶୟ କେଉଁ ମୁହଁରେ ଆଗାମୀ ଦିନରେ ବିବାହ ନେଇ କୋଭିଡ-୧୯ ନିୟମ କଡାକଡି ଭାବରେ ପାଳନ କରିବେ ବୋଲି ଆଲୋଚନା ହୋଇଛି । ଉକ୍ତ ବାହାଘର ଭୋଜିରେ ମାସ୍କ ପରିଧାନ, ସାମାଜିକ ଦୁରତ୍ୱ ପାଳନ, ୫୦ରୁ ଅଧିକ ଲୋକଙ୍କ ସମାଗମ ନହେବା ଆଦି ସମସ୍ତ ଗାଇଡଲାଇନ ପାଳନ ସୁନିଶ୍ଚିତ କରିବା ବଦଳରେ ସାଧାରଣ ଜନତା ଭଳି ଲୋକଙ୍କ ମେଳରେ ଭୋଜି ଖାଇବା ଭଳି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ସମ୍ପ୍ରତି ଟିଟିଲାଗଡ ଉପଖଣ୍ଡ ଅଂଚଳର ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପ୍ରତି ଦେଶ ତଥା ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଉକ୍ତ ତିନି ଅଧିକାରୀ କରୋନା ସତର୍କତା ପାଳନ ନେଇ ଆତ୍ମସମର୍ପଣ କରିସାରିଥିବା ସାଧାରଣରେ ଅଭିଯୋଗ ହୋଇଛି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ଠାରୁ ଆଇନକୁ ଲୋକଙ୍କ ଅଧିକ ଡର ରହିଥିବା ଆଲୋଚନା ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ହାସ୍ୟାସ୍ପଦ ଆଭିମୁଖ୍ୟ ନେଇ ସ୍ଥାନୀୟ ଅଂଚଳବାସୀଙ୍କ କରୋନା ସଂକ୍ରମଣ ନେଇ ସତର୍କତା ତଥା ସୁରକ୍ଷା ପାଳନ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି। ଉପଖଣ୍ଡ ଅଂଚଳରେ ଏଭଳି ଅନେକ ବିବାହ କାର୍ଯ୍ୟରେ ଖୁଲମଖୁଲା କୋଭିଡ ଆଇନ ଉଲଙ୍ଘନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ରାଜ୍ୟ ସରକାର ବିହିତ ତଦନ୍ତ ସହ ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories