www.samajalive.in
Tuesday, December 9, 2025
15.1 C
Bhubaneswar

ଆର ଅଶ୍ୱିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋଡ (ବିସିସିଆଇ) ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଅଭିଜ୍ଞ ମହିଳା କ୍ରିକେଟ ତାରକା ମିତାଲି ରାଜଙ୍କ ନାମ ସମ୍ମାନଜନକ ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି। ଏଥିସହିତ ବିସିସିଆଇ ପକ୍ଷରୁ ଶିଖର ଧାବନ, କେ ଏଲ ରାହୁଲ ଏବଂ ଜଶପ୍ରିତ ବୁମରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି।
ବିସିସିଆଇ ସୂତ୍ରରୁ ଜଣାଯାଇଛି ଯେ ଆଗାମୀ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ପାଇଁ ଆବେଦନପତ୍ର ଦାଖଲ କରିବା ଶେଷ ସମୟ ବୃଦ୍ଧି କରିବାକୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପୂର୍ବରୁ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ଏଥିପାଇଁ ଜୁନ୍‍ ୨୧କୁ ଶେଷ ତାରିଖ ରଖାଯାଇଥିବାବେଳେ ସେହି ସମୟ ସୀମା ବୃଦ୍ଧି କରାଯାଇଛି। ଗତବର୍ଷ ଦେଶର ୫ ଜଣ କ୍ରୀଡାବିତଙ୍କୁ ସମ୍ମାନଜନକ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ମନିକା ବାତ୍ରା, ରୋହିତ ଶର୍ମା, ବିନେଶ ଫୋଗତ, ରାଣୀ ରାମପାଲ ଏବଂ ମରିୟାପ୍ପାନ ଫାଙ୍ଗାଭେଲୁଙ୍କୁ ଗତବର୍ଷ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗୋଟିଏ ବର୍ଷରେ ପାଞ୍ଚଜଣ କ୍ରୀଡାବିତ ଖେଳ ରତ୍ନ ପୁରସ୍କାର ପାଇବା, ଏହା ଦେଶର କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories