www.samajalive.in
Tuesday, November 18, 2025
27.1 C
Bhubaneswar

ଯୁକ୍ତ ୩ ପ୍ରଶ୍ନପତ୍ର ପ୍ରଘଟ, ୧୨ ଗିରଫ

ବରପାଲି : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ରାଜନୀତି ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଏହି ଘଟଣାରେ ବରପାଲି ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ବରପାଲି ମହାବିଦ୍ୟାଳୟରେ ଗତ ୨୮ ତାରିଖ ଏହି ପରୀକ୍ଷା ଚାଲିଥିବା ବେଳେ ସ୍କ୍ବାଡ ଦଳ ପ୍ରଶ୍ନପତ୍ର ପ୍ରଘଟ ଧରିଛନ୍ତି। ସ୍କ୍ବାଡ ଯାଞ୍ଚ କରୁଥିବା ବେଳେ କେତେକ ଛାତ୍ରଙ୍କ ଉତ୍ତର ଅବିକଳ ସମାନ ଥିବା ଦେଖି ସେମାନଙ୍କ ମନରେ ସନ୍ଦେହ ହୋଇଥିଲା। ଅନେକ ଛାତ୍ରଛାତ୍ରୀଙ୍କ ଉତ୍ତର ଅବିକଳ ସମାନ ଥିବା ନେଇ ସ୍କ୍ବାଡ ଦଳ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟକ୍ଷା ପରୀକ୍ଷା ହଲକୁ ଆସି ସମ୍ପୃକ୍ତ ଛାତ୍ରମାନଙ୍କ ଉତ୍ତର ଖାତା ଯାଞ୍ଚ କଲାପରେ ସ୍କ୍ବାଡ ଦଳର ସନ୍ଦେହ ସତ ବୋଲି ଜାଣି ପାରିଥିଲେ। ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବରପାଲି ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ବଲପୁର ଜିଲା ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁଙ୍କ ସହିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟ, ଘେଁସ ମହାବିଦ୍ୟାଳୟ ଓ ବରପାଲି ମହାବିଦ୍ୟାଳୟର ୧୧ ଜଣ ଛାତ୍ର ଗିରଫ ହୋଇଛନ୍ତି। ବରପାଲି ଡାକଘର ସମ୍ମୁଖରେ ଥିବା ଏକ ଜେରକ୍ସ ଦୋକାନରେ ଏହି ପ୍ରଶ୍ନପତ୍ରର ଉତ୍ତର ଜେରକ୍ସ କରି ସମ୍ପୃକ୍ତ ଛାତ୍ରମାନଙ୍କୁ ବଣ୍ଟା ଯାଇଥିବା ପୁଲିସ ସନ୍ଦେହ କରୁଛି। ପ୍ରଘଟ ହୋଇଥିବା ପ୍ରଶ୍ନପତ୍ରର ଉତ୍ସ କେଉଁଠି ଓ ଏହି ଘଟଣାରେ ନାକଟିଦେଉଳ କଲେଜ କିରାଣୀଙ୍କ କି ପ୍ରକାର ସମ୍ପୃକ୍ତି ଅଛି ପୁଲିସ ଖୋଳତାଡ଼ କରୁଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବରପାଲି ପୁଲିସ ଏକ ମାମଲା ରୁଜୁ କରିଛି।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories