www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ କେଉଁ ସମୟରେ ଓ କେତେ ପରିମାଣରେ ପାଣି ପିଇବା ଉଚିତ

ସାଧାରଣତଃ ଆମେ ଖାଦ୍ୟ ଉପରେ ଯେତିକି ଧ୍ୟାନ ଦେଇଥାଆନ୍ତି, ସେହି ଅନୁସାରେ ପାଣି ପିଇବା ଉପରେ ସେତେଟା ଧ୍ୟାନ ଦେଇ ନଥା’ନ୍ତି। ଆବଶ୍ୟକତା ଠାରୁ ଅଧିକ ଖାଇବା ଯେପରି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ଆବଶ୍ୟକତାରୁ ଅଧିକ ପାଣି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ହାନିକାରକ ସାବ୍ୟସ୍ତ ହୋଇଥାଏ। ବହୁ ଲୋକେ ଏ ବିଷୟରେ ଅଜଣା ଥାଆନ୍ତି ଯେ ଦିନକୁ କେତେ ପରିମାଣର ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। କିଛି ଲୋକ ତ ନଜାଣି ନଶୁଣି ମାତ୍ରାଠାରୁ ଅଧିକ ପରିମାଣରେ ପାଣି ପିଅନ୍ତି। ଯଦ୍ୱାରା ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ଦିନକୁ କେତେ ପରିମାଣର ଓ କେତେବେଳେ ପାଣି ପିଇବା ଆବଶ୍ୟକ –

– ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ଜଣେ ବ୍ୟକ୍ତି ପିଇବା ଉଚିତ।
– ଯେତେବେଳେ ଶୋଷ ଲାଗୁଛି, ସେତେବେଳ ନିଜକୁ ନରୋକି ପାଣି ପିଅନ୍ତୁ। ଶୋଷ ସେତେବେଳେ ଲାଗେ ଯେତେବେଳେ ଶରୀରକୁ ପାଣିର ଦରକାର ପଡେ । ସେ ସମୟରେ ମସ୍ତିଷ୍କ ଆମକୁ ଶୋଷ ଲାଗୁଛି ବୋଲି ଖବର ପଠାଏ ।
– ଖାଦ୍ୟ ଖାଇବାର ୩ ମିନିଟ ପୂର୍ବରୁ ପାଣି ପିଅନ୍ତୁ । ଯଦି ଆପଣ ଖାଇବା ପରେ ପାଣି ପିଇବା ପାଇଁ ଚାହାନ୍ତି ତେବେ ଘଣ୍ଟାଏ ଅନ୍ତରରେ ପାଣି ପିଇବା ଉଚିତ ।
– ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ, ଜ୍ୱର, କୋଷ୍ଠକାଠିନ୍ୟ, ଗ୍ୟାସ ଆଦିର ସମସ୍ୟା ରହିଛି, ତେବେ ଏପରିସ୍ଥଳେ ଅଧିକରୁ ଅଧିକ ପାଣି ପିଇବା ଉଚିତ ।
– ଯେତେବେଳେ କୌଣସି ଗରମ କିମ୍ବା ତରଳ ଖାଦ୍ୟ ଖାଉଛନ୍ତି ଏହାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହଁ ।
– ଥଣ୍ଡା ପାଣି ପିଇବାରୁ ନିଜକୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟାକରନ୍ତୁ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories