www.samajalive.in
Saturday, December 6, 2025
15.1 C
Bhubaneswar

ଡାକ୍ତରଙ୍କ ଅବହେଳାରୁ ମୃତ ଶିଶୁ ଜନ୍ମ ଅଭିଯୋଗ

ବାଲେଶ୍ବର: ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ ଶିଶୁ ଜନ୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଡାକ୍ତଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ନାରାୟଣପୁର ତାପସ ହେମ୍ବ୍ରମ ଙ୍କ ପତ୍ନା ସୁନିଆ ହେମ୍ବ୍ରମ ଗତକାଲି ରାତ୍ରିରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ବାଲିଆପାଳ ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ବଦଳରେ ଜଣେ ନର୍ସ ପରୀକ୍ଷା କରି ଅଳ୍ପ ସମୟରେ ପ୍ରସବ ହେବ କହି ସାଲାଇନ ଲଗାଇ ଚାଲିଗଲେ । ବହୁ ସମୟ ବିତି ଯାଇଥିଲେ ମଧ୍ୟ ଡାକ୍ତର ଆସିନଥିଲେ । ଶେଷରେ ପ୍ରସୂତି ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି । ପରେ ପ୍ରସୂତିଙ୍କ ପରିବାରଲୋକ ଓ ସର୍ମ୍ପକୀୟ ଲୋକ ଡାକ୍ତଖାନା ପରିସରରେ ଗଣ୍ଡଗୋଳ କରିଥିଲେ ଏବଂ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories