www.samajalive.in
Saturday, December 6, 2025
14.1 C
Bhubaneswar

ଆସୁଛି ‘ପୁଷ୍ପା୨’ ; ଲମ୍ବା ନଖ ଓ ନେଲପଲିସ୍‌‌ ପାଇଁ ବଢିଲା ସିନେପ୍ରେମୀଙ୍କ ଉତ୍କଣ୍ଠା

ନୂଆଦିଲ୍ଲୀ : ‘ପୁଷ୍ପା’ ୨୦୨୧ରେ ରିଲିଜ୍‌‌ ହେବା ପରେ ଏହା ଖୁବ ଲୋକପ୍ରିୟତା ହାସଲ କରିଥିଲା। ଦର୍ଶକ ଏହି ଚଳଚ୍ଚିତ୍ରର ଦିୱାନା ହୋଇ ଯାଇଥିଲେ। ଏହି ଚଳଚ୍ଚିତ୍ରର ସଙ୍ଗୀତ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦୃଶ୍ୟ ସହ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ସାଉଥ୍‌‌ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଏହାକୁ ଲୋକେ ବେଶ ପସନ୍ଦ କରିଥିଲେ। ବର୍ତ୍ତମାନ ‘ପୁଷ୍ପା୨’କୁ ନେଇ ଦର୍ଶକ ବେଶ ଉତ୍ସାହିତ ରହିଛନ୍ତି। ୧୧ ସେପ୍ଟେମ୍ବରକୁ ଏହି ଚଳଚ୍ଚିତ୍ରର ରିଲିଜ୍‌‌ ତାରିଖ କୁହାଯାଉଥିବା ବେଳେ ୧୫ ଅଗଷ୍ଟ ୨୦୨୪ରେ ଏହା ପ୍ରେକ୍ଷାଳୟରେ ରିଲିଜ୍‌‌ ହେବ। ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଆଉ ୩୩୩ ଦିନ ବାକି ରହିଛି। ‘ପୁଷ୍ପା୨’ର ରିଲିଜ୍‌‌ ତାରିଖ ସହ ଚଳଚ୍ଚିତ୍ରରୁ ପୁଷ୍ପାର ଏକ ଲୁକ୍‌‌ ମଧ୍ୟ ସାମ୍ନାକୁ ଆସିଛି। ଏହି ପୋଷ୍ଟରକୁ ଦେଖିବା ପରେ ଚଳଚ୍ଚିତ୍ର ପାଇଁ ଦର୍ଶକଙ୍କ କ୍ରେଜ୍‌‌ ଦେଖିବାକୁ ମିଳିଛି। କ’ଣ ରହିଛି ଏହି ପୋଷ୍ଟରରେ..
‘ପୁଷ୍ପା୨’ର ପୋଷ୍ଟରରେ ପୁଷ୍ପାଙ୍କ କେବଳ ହାତ ନଜରରେ ଆସୁଛି,ଯେଉଁଥିରେ ୩ଟି ମୁଦି ଓ ହାତରେ ରକ୍ତ ଛିଟା ମଧ୍ୟ ରହିଛି। ମାତ୍ର ପୋଷ୍ଟରରେ ତାଙ୍କ କାଣି ଆଙ୍ଗୁଠି ବିଶେଷ ଭାବେ ନଜର ଆସୁଛି,ଯେଉଁଥିରେ ନଖ ଖୁବ ଲମ୍ବା ସହ ଏଥିରେ ନେଲପଲିସ୍‌‌ ମଧ୍ୟ ଲାଗିଛି। ଏହାର କାରଣ କ’ଣ ଏହାକୁ ନେଇ ସଭିଁଙ୍କ ମନରେ ପ୍ରଶ୍ନ ଆସୁଛି। ଏହାର ଉତ୍ତର ଖୋଜାଯିବା ପରେ ଜଣାପଡ଼ିଲା ଯେ, କିଛି ସଂସ୍କୃତିରେ କାଣି ଆଙ୍ଗୁଠିର ନଖ ଲମ୍ବା ହେବା ଧନୀ ଓ ସାମାଜିକ ସ୍ତରରେ ଉଚ୍ଚ ପ୍ରତିଷ୍ଠାବାନ୍‌‌। ଏଥର ପୁଷ୍ପାଙ୍କ ଦମ୍‌‌ଦାର୍‌‌ ଅଭିନୟ ଦର୍ଶକଙ୍କୁ ଦିୱାନା କରିବ ବୋଲି ଜଣାପଡିଛି।
‘ପୁଷ୍ପା୨’ର ନିର୍ଦ୍ଦେଶକ ସୁକୁମାର। ଏହା ଅନେକ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫରଦ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ। କେବଳ ଏତିକି ନୁହେଁ, ୬୯ ତମ ଜାତୀୟ ପୁରସ୍କାରରେ ପୁଷ୍ପାଙ୍କ ଭୂମିକା ପାଇଁ ଅଲ୍ଲୁ ଅର୍ଜୁନ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories