www.samajalive.in
Saturday, December 6, 2025
14.1 C
Bhubaneswar

ଆଜମ ଖାଁ ଓ ସଂପର୍କୀୟଙ୍କ ଘରେ ଆୟକର ଚଢ଼ଉ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ଆଜମ ଖାଁ, ତାଙ୍କ ପରିବାରର ସଦସ୍ୟ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ଟିକସ ଫାଙ୍କିବା ସମ୍ବନ୍ଧୀୟ ତଦନ୍ତ ମାମଲାରେ ଆୟକର ବିଭାଗ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ଉତ୍ତରପ୍ରଦେଶର ରାମପୁର, ଶାହାରନ୍‌‌ପୁର, ଲକ୍ଷ୍ନୌ, ଗାଜିଆବାଦ ଓ ମେରଠରେ ଖାନତଲାସି କରାଯାଇଛି । ମଧ୍ୟପ୍ରଦେଶ ଓ ମୁମ୍ବାଇରେ ମଧ୍ୟ ଖାନତଲାସି କରାଯାଇଛି । ଆଜମ ଖାଁ, ତାଙ୍କର ପତ୍ନୀ, ପୁଅ ଅବଦୁଲ୍ଲା ଖାଁ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ଘରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ଜଉହର ଅଲ୍ଲୀ ଟ୍ରଷ୍ଟ୍‌‌ ପାଙଋି ହେରଫେର ଓ ରାମପୁରରେ ଜଉହର ଅଲ୍ଲୀ ପ୍ରତିଷ୍ଠାନ ପାଇଁ ଜମି ସଂଗ୍ରହ ହେରଫେର୍‌‌ ମାମଲାରେ ଏହି ଚଢ଼ଉ କରାଯାଉଛି । ପୂର୍ବରୁ ଆଜମ ଖାଁଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିସାରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories