www.samajalive.in
Saturday, December 6, 2025
26.1 C
Bhubaneswar

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗାନ୍ଧିନଗର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍ଚୁଆଲ୍‌‌ ମାଧ୍ୟମରେ ଦେଶବ୍ୟାପୀ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାନ୍ଧିନଗରସ୍ଥିତ ରାଜଭବନଠାରୁ ଏହାର ଶୁଭାରମ୍ଭ କରାଯାଇଛି। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ କୌଣସି ଗ୍ରାମ କିମ୍ବା ଅଞ୍ଚଳକୁ ସ୍ୱାସ୍ଥ୍ୟ ସେବାରୁ ବାଦ ଦିଆଯିବା ଉଚିତ ନୁହେଁ । ସେ କହିଛନ୍ତି, ଆମ ଦେଶର ପରମ୍ପରାରେ ସମସ୍ତ ଲୋକ ରୋଗମୁକ୍ତ ଏବଂ ସୁସ୍ଥ ରହିବା ପାଇଁ ପ୍ରାର୍ଥନା କରାଯାଏ । ରାଷ୍ଟ୍ରପତି ଶ୍ରୀମତୀ  ମୁର୍ମୁ କହିଛନ୍ତି ଯେ ସମସ୍ତ ଲୋକ ସୁସ୍ଥ ରହିଲେ ଏକ ସୁସ୍ଥ ଭାରତ ବିଷୟରେ ଆମର ଦୃଷ୍ଟିକୋଣ ସଫଳ ହେବ।
ଅନ୍ୟପକ୍ଷରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି, ‘ଆୟୁଷ୍ମାନ ଭବ’ ହେଉଛି ଏକ ବ୍ୟାପକ ଜାତୀୟ ସ୍ତରର ସ୍ୱାସ୍ଥ୍ୟସେବା ଅଭିଯାନ। ଯାହାର ଲକ୍ଷ୍ୟ ସର୍ବଶେଷ ସ୍ତରରେ ଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଁଞ୍ଚାଇବା। ଦେଶର ପ୍ରତ୍ୟେକ ସହର ଓ ଗାଁରେ ସ୍ୱାସ୍ଥ୍ୟସେବା ହଞ୍ଚାଇବା ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ। ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ତିନୋଟି ଉପାଦାନକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଛି। ‘ଆୟୁଷ୍ମାନ–ଆପ୍‌‌ କେ ଦ୍ୱାର ୩.୦’ ପ୍ରତ୍ୟେକ ସ୍ୱାସ୍ଥ୍ୟ ଓ ଅରୋଗ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଖାଦ୍ୟ ହଞ୍ଚାଇବା ଏବଂ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତରେ ଆୟୁଷ୍ମାନ ସଭାର ଆୟୋଜନ କରିବା। ସେ କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ସଫଳତାକୁ ଆଧାର କରି ଏହି ଅଭିଯାନ ଆରମ୍ଭ କରାଯାଇଛି।
ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ ଠାରୁ ଆରମ୍ଭ କରି ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ଅବସରରେ ଏହି ଅଭିଯାନ ଚାଲିବ। ଯାହାକି ସମଗ୍ର ଦେଶରେ ସବୁ ବର୍ଗର ସମାଜ ପାଖରେ ପହଞ୍ଚିବାର ଆଭିମୁଖ୍ୟ ନେଇ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ସରକାରୀ କ୍ଷେତ୍ର ଏବଂ ନାଗରିକ ସଂଗଠନ ମାଧ୍ୟମରେ
ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଁଞ୍ଚାଇବା ଏଥିରେ ଲକ୍ଷ୍ୟ ରଖାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ମିଶି ସ୍ଥାନୀୟ ସଂସ୍ଥା ଏହି ଅଭିଯାନକୁ ସଫଳ କରାଇବା ପାଇଁ ଜୋରଦାର୍‌‌ ପ୍ରସ୍ତୁତି ଚଳାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories