www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ୧ ମିନିଟ୍‌‌ର ଭିଡିଓ ; ନଈରେ ଗୋଡାଇ ବି ପାରିଲା ନାହିଁ କୁମ୍ଭୀର

ଗତ କିଛି ଦିନ ମଧ୍ୟରେ କୁମ୍ଭୀର ଆକ୍ରମଣର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଅନେକ ଭିଡିଓ ଦେଖି ଲୋମଟାଙ୍କୁରି ଉଠୁଛି। ବର୍ତ୍ତମାନ କୁମ୍ଭୀର ଓ ହରିଣକୁ ନେଇ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଥରେ ନୁହେଁ ଲୋକେ ବାରମ୍ବାର ଦେଖିବାକୁ ଇଚ୍ଛା କରିବେ। ଏହି ଭିଡିଓ ଅନେକ ଶିକ୍ଷା ମଧ୍ୟ ଦେଉଛି। ବିପଦ ସମୟରେ ମଧ୍ୟ ସାହସ କରି କିଭଳି ଜୀବନ ରକ୍ଷା କରି ହୁଏ ତାହା ଏଥିରେ ଦେଖାଯାଉଛି। ଭିଡିଓରେ ଦେଖାଯାଉଛି ଏକ ନଦୀରେ ହରିଣଟି ଲମ୍ବ ଡିଆଁ ମାରି ନଦୀ ପାର୍‌‌ କରୁଛି। ମାତ୍ର ଏହି ସମୟରେ ଏକ ବିଶାଳ କୁମ୍ଭୀର ନିଜ ଶିକାରକୁ ଦେଖି ପାଣିରେ ଖୁବ ଦ୍ରୁତ ଗତିରେ ହରିଣର ନିକଟର ହେବା ସହ ଆକ୍ରମଣ କରୁଛି।


୧ ମିନିଟ୍‌‌ର ଏହି ଭିଡିଓରେ ଦେଖାଯାଉଛି, କିଭଳି ହରିଣଟି ନଦୀ ପାର୍‌‌ କରିବା ସମୟରେ ଏକ କୁମ୍ଭୀର ଦ୍ରୁତ ଗତିରେ ଆସି ତା’ଉପରେ ଆକ୍ରମଣ କରୁଛି। ଏହି ସମୟରେ କୁମ୍ଭୀର ହରିଣଟିକୁ ନିଜ ପାଟିରେ ଧରିବା ସମୟରେ ହରିଣ ସାହସର ସହ ଲମ୍ବ ଡିଆଁ ମାରି ନଦୀ ପାଣି ପାର୍‌‌ ହୋଇ ଦୌଡି କରି ଜଙ୍ଗଲ ମଧ୍ୟକୁ ପଳାଉଛି। ଭିଡିଓରକୁ ଦେଖିବା ମାତ୍ରେ ଜଣାଯିବ ଯେପରି କୁମ୍ଭୀରଟି ହରିଣକୁ ଶିକାର କରିବାରେ ସଫଳ ହୋଇଛି ମାତ୍ର ପରିବର୍ତ୍ତୀ ମୁହୁର୍ତ୍ତରେ ହରିଣର ସାହାସ ସହ ସେ ନଦୀରୁ ଲମ୍ବ ଡିଆଁ ମାରି ଜୀବନକୁ ବଞ୍ଚାଇଥିବା ଦେଖିବେ। ଏହି ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories