www.samajalive.in
Tuesday, December 9, 2025
26.1 C
Bhubaneswar

‘ପୁଷ୍ପା-୨: ଦ ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ରେ ଅଘଟଣ: ଅଭିନେତା ଆଲ୍ଲୁ ଅର୍ଜନୁ ଓ ହଲ ମାଲିକଙ୍କ ବିରୋଧରେ ମାମଲା

ହାଇଦରାବାଦ: ‘ପୁଷ୍ପା-୨: ଦ ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ରେ ଅଘଟଣଘଟଣାରେ ହାଇଦରାବାଦ ପୁଲିସ ‘ପୁଷ୍ପା-୨’ ଅଭିନେତା ଆଲ୍ଲୁ ଅର୍ଜନୁ ଓ ପ୍ରିମିୟର ଶୋ ପ୍ରଦର୍ଶନ ହୋଇଥିବା ହଲ ମାଲିକଙ୍କ ସମେତ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥାଇ ହଲରେ ପ୍ରିମିୟର ଶୋ ଆୟୋଜନ ଏବଂ ଆୟୋଜକ ପୁନର୍ବାର ପ୍ରିମିୟର ଶୋ ଆୟୋଜନ ଅଭିଯୋଗରେ ହାଇଦରାବାଦ ପୁଲିସ ମାମଲା ରୁଜୁ କରିଛି। ଅପରପକ୍ଷରେ ଅଭିନେତା ଆଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗୁରୁବାର ହାଇଦରାବାଦସ୍ଥିତ ସନ୍ଧ୍ୟା ସିନେମା ହଲ୍‌ରେ ‘ପୁଷ୍ପା-୨: ଦ ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଆୟୋଜିତ ହୋଇଯାଇଛି। ମୁଖ୍ୟ ନାୟକ ଆଲ୍ଲୁ ଅର୍ଜୁନ ଓ ସଙ୍ଗୀତ ନିର୍ଦେଶକ ଦେବୀ ଶ୍ରୀପ୍ରସାଦ ସେଠାରେ ଉପସ୍ଥିତ ଥିଲେ। ଆଲ୍ଲୁ ଅର୍ଜୁନଙ୍କ ଦେଖିବାକୁ ସିନେମା ହଲ ସମ୍ମୁଖରେ ଲୋକଙ୍କର ନାହିଁ ନଥିବା ଭିଡ ଜମିଥିଲା। ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜଣେ ୩୫ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ତାଙ୍କର ନାବାଳକ ପୁଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

- Advertisement -

ଲୋକଙ୍କ ଗହଳି ଭାଙ୍ଗିବାକୁ ପୁଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ସୂଚନାଯୋଗ୍ୟ ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମାନ୍ଧାନା ଅଭିନୀତ ‘ପୁଷ୍ପା: ଦ ରାଇଜ୍‌’ ଚଳଚ୍ଚିତ୍ର ୨୦୨୧ରେ ମୁକ୍ତିଲାଭ କରିଥିବାବେଳେ ସୁପରହିଟ୍‌ ହୋଇଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ବେଲ ଭାବେ ପୁଷ୍ପା-୨: ଦ ରୁଲ୍‌ ନିର୍ମାଣ କରାଯାଇଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories