BJD Bijuli 480×75 Mob

ଭାଇରାଲ ହେଉଛି ପୁରୀ ବେଳାଭୂମିର ଭିଡିଓ; ସିଂହ ମୂର୍ତ୍ତିର ପାଦ ଧୋଇଦେଉଛି ସମୁଦ୍ର

BJD Bijuli 480×75 Mob

ପୁରୀ: ସୌନ୍ଦର୍ଯ୍ୟ, କାରୁକାର୍ଯ୍ୟ ଓ ଐତିହ୍ୟର କଥା କହିଲେ ପ୍ରାୟ ସମସ୍ତେ ଓଡ଼ିଶାକୁ ଜାଣନ୍ତି । ଓଡ଼ିଶାର କୋଣାର୍କଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଯାଏ ରହିଛି ସବୁଠି କାରୁକାର୍ଯ୍ୟର ଛାପ ।  ଆମ ଓଡ଼ିଶାର ଐତିହ୍ୟ ଦେଶ ଓ ଦେଶ ବାହାରେ ଆମକୁ ପରିଚୟ ଦେଇଛି । ବର୍ତ୍ତମାନ ପଥରେ କାରୁକାର୍ଯ୍ୟ ହୋଇଥିବା ଏକ ସିଂହ ମୂର୍ତ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଭିଡିଓରେ ପୁରୀ ସମୁଦ୍ର କୂଳରେ ଏକ ଛୋଟିଆ ସିଂହ ମୂର୍ତ୍ତି ଦେଖିବାକୁ ମିଳିଛି । ଯାହାକୁ ସମୁଦ୍ରର ଲହରି ଧୋଇଦେଇଛି । ଭିଡିଓଟି ସାଧାରଣ ଲୋକଙ୍କ ମନକୁ ଖୁବ୍ ଛୁଇଁବା ସହ ଭାଇରାଲ ହେବାର ଲାଗିଛି । ଏହି ଭିଡିଓକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଟ୍ୱିଟରେ ପୋଷ୍ଟ କରିଥିବା ବେଳେ ଅନେକ ଲୋକ ମଧ୍ୟ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

Comments are closed.