www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଘୁଞ୍ଚିଲା ଧାଡ଼ି ଦର୍ଶନ ବ୍ୟବସ୍ଥା ତାରିଖ: ଫେବୃଆରୀ ପହିଲାରୁ ହୋଇପାରେ ନୂତନ ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ତାରିଖ ପୁନର୍ବାର ଘୁଞ୍ଚିଛି। ନାଟମଣ୍ଡପରେ ଥିବା ହୁଣ୍ଡି ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ ନୁହେଁ। ହୁଣ୍ଡି ସ୍ଥାନାନ୍ତର ପରେ ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ ବୋଲି ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କହିଛନ୍ତି। ଅନୁମତି ପ୍ରକ୍ରିୟା ପାଇଁ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ବିଳମ୍ବ ହେଉଛି ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ପୂର୍ବରୁ ନୂଆବର୍ଷ ଅର୍ଥାତ ଜାନୁଆରୀ ପହିଲାରୁ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାପରେ ପୁନର୍ବାର ତାରିଖ ବଦଳାଇ ଚଳିତ ମାସ ୨୦ରୁ ଶ୍ରୀମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଘୋଷଣା କରାଗଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଚଳିତ ମାସ ୧୪ରେ ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ। ଏହାର ମାତ୍ର ୩ଦିନ ପରେ ପୁନର୍ବାର ଧାଡ଼ି ଦର୍ଶନ ବ୍ୟବସ୍ଥାର ତାରିଖ ବଦଳିଛି। ପ୍ରକାଶଯୋଗ୍ୟ, ନିର୍ମାଣ ହୋଇଥିବା କାଠ ରାମ୍ପରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିର ନାଟ ମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର ଆବଶ୍ୟକ। ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଜରୁରୀ। ଅନୁମତି ମିଳିବା ପରେ ହୁଣ୍ଡିକୁ ସ୍ଥାନାନ୍ତର କରାଯିବ। ପରେ ସେଠାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାଠ ରାମ୍ପକୁ ରଖାଯିବ। ପରବର୍ତ୍ତୀ ସମୟରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories